କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ । ହଁ ଦର୍ଶକବନ୍ଧୁ ବିଜେପି ବିରୋଧରେ ଅପମାନଜନକ ବିଜ୍ଞାପନ ମାମନାରେ ତାଙ୍କ ନାଁରେ ଅଭିଯୋଗ ଦାୟର କରାଯାଇଥିଲା । ଗତବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ବିଜ୍ଞାପନରେ ରାଜ୍ୟର ତତ୍କାଳୀନ ବିଜେପି ସରକାର ୨୦୧୯-୨୦୨୩ ଶାସନ କାଳରେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ସମସ୍ତ ସରକାରୀ କାର୍ଯ୍ୟ ପାଇଁ ୪୦ ପ୍ରତିଶତ କମିଶନ ଆଦାୟ କରାଯାଇଥିବା ଅଭିଯୋଗ କରି କଂଗ୍ରେସ ବିଜ୍ଞାପନରେ ପୂର୍ବ ସରକାରକୁ ଟାର୍ଗେଟ କରି ଏକ ‘ଦୁର୍ନୀତି ହାର କାର୍ଡ’ ମଧ୍ୟ ଜାରି କରିଥିଲା । ଖବରକାଗଜଗୁଡ଼ିକରେ ଅପମାନଜନକ ବିଜ୍ଞାପନ ଜାରି କରିବା ଅଭିଯୋଗରେ ବିଜେପିର କର୍ଣ୍ଣାଟକ ୟୁନିଟ୍ ପକ୍ଷରୁ ମାମଲା ରୁଜ୍ଜୁ ହୋଇଥିଲା । ଆଜି ଏହି ମାମଲାରେ ବେଙ୍ଗାଲୁରୁର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

You can share this post!
author