ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡିବିଶି ରେ ବା.ଘୁ.ନା. ଡ଼ିଭିଜନ ନାଁ ରେ ମାଓ ପୋଷ୍ଟର ଲାଗିଥିବା ଆଜି ଦେଖିବାକୁ ମିଳିଛି , ଯାହାକି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟଳୟ ନିକଟରେ ଥିବା ଏକ ଆମ୍ବ ଗଛରେ ଦୁଇଟି ପୋଷ୍ଟର ଲାଗିଥିବା ସୂଚନା ମିଳିଛି । ଏହି ପୋଷ୍ଟରରେ ସ୍ପଷ୍ଟ ସିଜି ମାଳି, କୁଟ୍ରୁ ମାଳି ଓ ମାଞ୍ଜୀଙ୍ଗ ମାଳି ଖଣି ଖନନ କୁ ଦୃଢ ବିରୋଧକରି ସହ , ତାଙ୍କ ପାଇଁ କାର୍ଯ୍ୟ କରୁଥିବା ଦଲାଲ୍ ମାନଙ୍କୁ ଚେତାବନୀ ଦିଆଯାଇଛି । ତା ସହ ସମସ୍ତ ରାଜନୈତିକ ଦଳ ଏହି ଖଣି ଖନନ ସପକ୍ଷ ରେ ଥିବା ଯୋଗୁଁ ଭୋଟ ବର୍ଜନ କରିବା ପାଇଁ ନିର୍ଦ୍ଦେଶ ହୋଇଛି ସାଧାରଣ ଜନତା ଏହି ପୋଷ୍ଟର ଦେଖି ଭୟର ବାତାବରଣ ସୃଷ୍ଟି ହେଇ ଥିବା ପ୍ରକାଶ କରିଥିବା ସୂଚନା ମିଳିଛି।

You can share this post!
author