ଇଂଲଣ୍ଡର ଷ୍ଟାର କ୍ରିକେଟର ଜୋ ରୁଟ୍ ଆଜି ଇତିହାସ ରଚିଛନ୍ତି। ଟେଷ୍ଟ ମ୍ୟାଚ୍ରେ ଭାରତ ବିପକ୍ଷରେ ସବୁଠୁ ଅଧିକ ରନ୍ କରିବାର ଗୌରବ ହାସଲ କରିଛନ୍ତି । ପୂର୍ବରୁ ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କ ନାଁରେ ଏହି ରେକର୍ଡ ଥିବା ବେଳେ ଜୋ ରୁଟ୍ ଏହାକୁ ଭାଙ୍ଗି ଦେଇଛନ୍ତି। ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ୍ରେ ରିକି ପଣ୍ଟିଂ ୨୫୫୫ କରିଥିଲେ। ହାଇଦ୍ରାବାଦରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଆଜି ରୁଟ୍ ୨ ରନ୍ କରିବା ପରେ ପଣ୍ଟିଂଙ୍କ ରେକର୍ଡ ଭାଙ୍ଗି ଦେଇଥିଲେ। ଟେଷ୍ଟରେ ଭାରତ ବିପକ୍ଷରେ ରୁଟ୍ ୨୫୫୭ ରନ୍ କରି ସାରିଲେଣି। ଚଳିତ ଟେଷ୍ଟ ସିରିଜ୍ରେ ଭାରତ ସହିତ ଇଂଲଣ୍ଡ ଆହୁରି ୪ଟି ମ୍ୟାଚ୍ ଖେଳିବାକୁ ଥିବାରୁ ରୁଟ୍ ଏହି ସଂଖ୍ୟାକୁ ଆହୁରି ଢେର ଆଗକୁ ନେବାର ସମ୍ଭାବନା ଅଛି। ଅବଶ୍ୟ ଆଜି ଜୋ ରୁଟ୍ ଦ୍ୱିତୀୟ ଇନିଂସରେ ମାତ୍ର ୨ ରନ୍ କରି ଆଉଟ୍ ହୋଇଯାଇଥିଲେ। ପ୍ରଥମ ଇନିଂସରେ ସେ ୨୯ ରନ୍ କରିଥିଲେ। ଟେଷ୍ଟରେ ଭାରତ ବିପକ୍ଷରେ ଜୋ ରୁଟ୍ଙ୍କ ପ୍ରଦର୍ଶନ ଖୁବ୍ ଭଲ ରହି ଆସିଛି। ଭାରତ ବିପକ୍ଷରେ ସେ ୨୬ଟି ଟେଷ୍ଟ ଖେଳିଥିବା ବେଳେ ୬୨.୩୧ ହାରରେ ୨୫୫୭ ରନ୍ କରିଛନ୍ତି। ତା’ ମଧ୍ୟରେ ୯ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି।

You can share this post!
author
Related Articles
ମୁହଁ ଖୋଲିଲେ ରୋହିତ୍
- March 11, 2025
ଭାରତ ପାଇଁ ଆସୁଛି ପରୀକ୍ଷାର ବେଳ !
- March 3, 2025
ଭାରତ-ପାକ୍ ଦମଦାର ଲଢେଇ..ଫ୍ରିରେ ମ୍ୟାଚ୍ ଦେଖାଉଛି ଏହି ଆପ୍…
- February 23, 2025