ରିପୋର୍ଟ ଧରି ଗାଁକୁ ଯିବେ ମୋହନ…

ରିପୋର୍ଟ ଧରି ଗାଁକୁ ଯିବେ ମୋହନ…

ରିପୋର୍ଟ ଧରି ଗାଁକୁ ଯିବେ ମୋହନ ସରକାର । ରାଜ୍ୟରେ ବିଜେପି ସରକାରର ଏକ ବର୍ଷର ସଫଳତାର କରିବେ ପ୍ରଚାର ପ୍ରସାର । ଆସନ୍ତା ଜୁନ୍ ୧୨ ତାରିଖରେ ରାଜ୍ୟରେ ମୋହନ ସରକାରକୁ ବର୍ଷେ ପୂରିବାକୁ ଯାଉଛି । ଆଉ ଏହି ଏକ ବର୍ଷ ପୂର୍ତ୍ତି ପାଳନ ନେଇ ବିଜେପି ପକ୍ଷରୁ ବଡ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଏକ ବର୍ଷ ଭିତରେ ସରକାରଙ୍କର ସଫଳତା ଏବଂ ଉପଲବ୍ଧିକୁ ନେଇ ରିପୋର୍ଟ କାର୍ଡ ପ୍ରସ୍ତୁତ କରିବା ସହ ଏହାର ପ୍ରଚାର ପ୍ରସାର ଗ୍ରାଉଣ୍ଡ ଜିରୋରୁ ମନ୍ତ୍ରୀମାନେ କରିବା ନେଇ ସୂଚନା ମିଳିଛି । ଜୁନ୍ ୧୨ ତାରିଖରୁ ଜୁନ୍ ୧୯ ତାରିଖ ଯାଏଁ ବିଜେପି ଏହି କାର୍ଯ୍ୟକ୍ରମ କରିବ । ରାଜଧାନୀ ଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ସରକାରଙ୍କ ବର୍ଷ ପୂର୍ତ୍ତିର ହିସାବ କିତାବ ଦେବ ବିଜେପି । ଏବଂ ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ ସାମିଲ ହେବା ନେଇ ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *