ସାଧାରଣତଃ ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ରୁପି ସମସ୍ୟା ଦେଖାଦେଇଥାଏ । ବିଶେଷକରି ଶୀତଦିନେ ଏହା ଅତ୍ୟଧିକ ହୋଇଥାଏ । ପରନ୍ତୁ ଏହା ପଛର କାରଣ କଣ ଏବଂ କେଉଁ ନିୟମ ମାନିବା ଦ୍ୱାରା ଏହା ନିୟନ୍ତ୍ରଣ ହୋଇପାରିବ ।
ରୁପି ହେବାର ଅନେକ କାରଣ ରହିଛି
ଅତ୍ୟଧିକ ପ୍ରଦୂଷଣ ହେତୁ ରୁପି ସମସ୍ୟା ଦେଖାଦେଇଥାଏ । ଆହୁରି ମଧ୍ୟ ଜେନେଟିକ କାରଣ ହେତୁ ରୁପି ହୋଇଥାଏ । ବାୟୁମଣ୍ଡଳ ର ଶୁଷ୍କତା ରୁପି ସମସ୍ୟା ବଢାଇଥାଏ । ରୁପିକୁ ନିୟନ୍ତ୍ରଣ କରିବା ପାଇଁ ହେଲେ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଲୋସନ କିମ୍ବା ସାମ୍ପୁ ବ୍ୟବହାର କରନ୍ତୁ , ରୁପି ନିୟନ୍ତ୍ରଣ ପାଇଁ ମୁଣ୍ଡରେ ଲେମ୍ବୁ ଲଗାଇପାରିବେ, ବାହାରକୁ ଗଲେ ଚୁଟିକୁ ଘୋଡ଼ାଇ ରଖିବା ଜରୁରୀ ଅଟେ ।ଏବଂ ଏକ ସନ୍ତୁଳିତ ଖାଦ୍ୟ ଓ ଜୀବନ ଶୈଳୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।