ନିର୍ବାଚନ ପୂର୍ବରୁ ରୂପାନ୍ତୀକରଣକୁ ଭୋଟର ମାଧ୍ୟମ କରିଛନ୍ତି ରାଜ୍ୟ ସରକାର । ଓଡିଶାର ଗୋଟିଏ ପରେ ଗୋଟିଏ ସ୍ଥାନକୁ ନୂଆ କରି ବା ରୂପାନ୍ତୀକରଣ କରୁଛନ୍ତି । ଆଜି ଭୋର ସାଢେ 5ଟାରେ ଖୋର୍ଦ୍ଧା ବରୁଣେଇ ପୀଠ ପରିଦର୍ଶନ ସହିତ ମନ୍ଦିର ରୂପାନ୍ତୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ଏହାପରେ ବେଢ଼ା ପରିକ୍ରମା କରି ମନ୍ଦିର ରୂପାନ୍ତରଣ ସମ୍ପର୍କରେ ବରିଷ୍ଠ ଅଧିକାରୀ ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ସୀତାକୁଣ୍ଡ, ପାହାଡ଼ ଶିଖରକୁ ଯିବା ରାସ୍ତା, ରୋପ ୱେର ଅନୁଧ୍ୟାନ କରିଛନ୍ତି । ଭକ୍ତଙ୍କୁ ଉତ୍ତମ ସେବା ପ୍ରଦାନ ଓ ସୁବିଧା ସୁଯୋଗ ନେଇ ଖୋର୍ଦ୍ଧା ବରୁଣେଇ ପୀଠରେ ହେଉଛି ଉନ୍ନତିମୂଳକ କାର୍ଯ୍ୟ । ରୂପାନ୍ତିକରଣ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ କାମ ଶେଷ କରିବାକୁ ଗୁରୁତ୍ୱ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ।

You can share this post!
author
Related Articles
ବିଶ୍ୱ ପରିବେଶ ଦିବସ ପାଳନ …
- June 5, 2025
ତେଜୁଛି ନିମାପଡା ରାଜନୀତି…
- June 5, 2025