ରାଜ୍ୟରେ କମିଛି ଶୀତ, କଲବଲ କରୁଛି କୁହୁଡି। ଟ୍ଵିନସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି । ଏପରିକି ଦୃଶ୍ୟମାନ ଦୂରତା ୧୦ ରୁ ୨୦ ମିଟର ରହିଛି । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ୱର ଏବଂ କଟକ ଟୁଇନ୍ ସିଟିରେ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୪.୪ ଏବଂ ୧୪.୮ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ସାତ ଦିନ ପାଇଁ ଟୁଇନ୍ ସିଟିରେ ରାତିର ତାପମାତ୍ରା ୧୪ରୁ ୧୫ ଡିଗ୍ରି ସେଲସିୟସ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେପଟେ ସକାଳୁ ଘନ କୁହୁଡି ଅସ୍ତବ୍ୟସ୍ତ କରୁଥିବା ବେଳେ ଦିନରେ ରେକର୍ଡ ଭାଙ୍ଗୁଛି ତାତି । ଏବେଠାରୁ ଦିନ ତାପମାତ୍ରା ରେକର୍ଡ ଭାଙ୍ଗିବାରେ ଲାଗିଲାଣି ।
