
ନାକ୍ ଟିମର ପରିଦର୍ଶନ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏ++ର ମାନ୍ୟତା ମିଳିଛି । ପ୬ଥମଥର ପାଇଁ ଏହି ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ଦିଆଯାଇଛି । ନାକ୍ ଟିମର ବିଶେଷଜ୍ଞ ମାନେ ନିକଟରେ ଏହି ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ । ୫ ଜଣିଆ ନାକ୍ ଟିମ ଅନୁଧ୍ୟାନରେ ଆସିଥିଲେ । ରେଭେନ୍ସା କ୍ୟାମ୍ପସର ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ସହ କ୍ୟାମ୍ପସର ଶୈଖିକ ବାତାବରଣ, କ୍ୟାମ୍ପସର ଏକାଡେମିକ୍ ରେକର୍ଡକୁ ଅନୁଧ୍ୟାନ କରି ଏ ପ୍ଲସ ପ୍ଲସ ମାନ୍ୟତା ମିଳିଥିବା କହିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । ପ୍ରଥମ ଥର ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏଭଳି ମାନ୍ୟତା ମିଳିଥିବା କହିଛନ୍ତି ରେଜିଷ୍ଟାର ।