”ରୋହିତଙ୍କ ୱିକେଟ ନେବା ମୋର ସ୍ୱପ୍ନ ଥିଲା’’ କହିଲେ ବାଂଲାଦେଶ ଖେଳାଳି ତଞ୍ଜିମ ହସନ

”ରୋହିତଙ୍କ ୱିକେଟ ନେବା ମୋର ସ୍ୱପ୍ନ ଥିଲା’’ କହିଲେ ବାଂଲାଦେଶ ଖେଳାଳି ତଞ୍ଜିମ ହସନ

ଏସିଆ କପର ସୁପର-୪ର ଶେଷ ମୁକାବିଲା ଭାରତ ଓ ବାଂଲାଦେଶ ସହ ଚାଲିଥିଲା । କିନ୍ତୁ ଦୁଃଖର ବିଷୟ ଯେ ଭାରତକୁ ୬ ରନରେ ମାତ୍ ଦେଇଛି ବାଂଲାଦେଶ । ଭାରତ ବିପକ୍ଷରେ ଗତ ୪ଟି ଦିନିକିଆ ମ୍ୟାଚରୁ ଏହା ବାଂଲାଦେଶର ୩ୟ ବିଜୟ । ଏହି ମ୍ୟାଚରେ ତିଲକ ବର୍ମା ଦିନିକିଆ ପଦାର୍ପଣ କରିଥିବା ବେଳେ ବାଂଲାଦେଶ ପକ୍ଷରୁ ତଞ୍ଜିମ ହସନ ସକିବ ପ୍ରଥମ ମ୍ୟାଚ୍ ଖେଳୁଥିଲେ ।  ମ୍ୟାଚ ପରେ ତଞ୍ଜିମ କହିଛନ୍ତି, ରୋହିତଙ୍କ ୱିକେଟ ନେବା ମୋର ସ୍ୱପ୍ନ ଥିଲା । ମୁଁ ଲାଇନରେ ବଲ ପକାଇବା ଉପରେ ଜୋର ଦେଇଥାଏ । ଯାହା ମୋତେ ସଫଳତା ଆଣିଦିଏ । ଟିମ୍ ଇଣ୍ଡିଆ ପାଇଁ ଶୁଭମାନ୍ ଗିଲ ଶତକୀୟ ଇନିଂସ ଖେଳିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା । ମ୍ୟାଚ୍ ଭାରତ ନିୟନ୍ତ୍ରଣରେ ଥିଲେ ମଧ୍ୟ ଭାରତର ପରାଜୟ କୁ କ୍ରିକେଟପ୍ରେମୀ ମାନେ ସହଜରେ ହଜମ କରି ପାରୁନାହାନ୍ତି ।

author

Related Articles

Leave a Reply

Your email address will not be published. Required fields are marked *