ଲକ୍ଷ୍ମଣ ନାୟକଙ୍କ ୧୨୫ ତମ ଜୟନ୍ତୀ ପାଳନ

ଲକ୍ଷ୍ମଣ ନାୟକଙ୍କ ୧୨୫ ତମ ଜୟନ୍ତୀ ପାଳନ

ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ସହିଦ୍ ଲକ୍ଷ୍ମଣ ନାୟକଙ୍କ ୧୨୫ ତମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳନ ହୋଇଯାଇଛି । ଏଥିରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ କ୍ୟାବିନେଟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ମଣ୍ଡଳ କାରାଗାର ପରିସରରେ ଥିବା (କୋଠରୀ) ଯେଉଁଠି ସହିଦ ଲକ୍ଷ୍ମଣ ନାୟକ ବନ୍ଦୀ ଥିଲେ ସେଠାରେ ତାଙ୍କ ଫୋଟୋ ଚିତ୍ରରେ ନୂତନ ବସ୍ତ୍ର ଅର୍ପଣ କରିବା ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ପରାଧୀନ ଭାରତର ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଳିଗୁମ୍ଫା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଲକ୍ଷ୍ମଣ ନାୟକ ଗରିବ କୃଷକ, ମଜୁରିଆ, ଆଦିବାସୀ ଓ ଦଳିତ ମାନଙ୍କ ଉପରେ ନିର୍ଯ୍ୟାତନା ଓ ଶୋଷଣ ବିରୁଦ୍ଧରେ ଲଢ଼େଇ କରି ଇଂରେଜ ସରକାରଙ୍କ ମିଥ୍ୟା ଆରୋପରେ ଅଭିଯୁକ୍ତ ହୋଇ ୧୯୪୩ ମାର୍ଚ୍ଚ ୨୯ ତାରିଖରେ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇ ଶହୀଦ ହୋଇଥିଲେ । ୧୯୪୨ ଭାରତ ଛାଡ଼ ଆନ୍ଦୋଳନ ବେଳେ ଅସାଧାରଣ ବୀରତ୍ବର ସହିତ ଇଂରେଜ ସରକାରଙ୍କ ବିରୁଦ୍ଧରେ ଲଢ଼େଇ କରି ଆଦିବାସୀ ନେତା ଲକ୍ଷ୍ମଣ ନାୟକ ସମସ୍ତଙ୍କ ଚିର ସ୍ମରଣୀୟ । କେବଳ ବ୍ରିଟିଶ ସମ୍ରାଜ୍ୟବାଦର ଅନ୍ତ ନୁହେଁ, ଦେଶରୁ ସବୁଦିନ ପାଇଁ ସମସ୍ତ ପ୍ରକାର ଅନ୍ୟାୟ, ଶୋଷଣ, ଜୁଲୁମର ବିଲୋପ ହେଉ, ଅନ୍ଧ ବିଶ୍ବାସ ଦିଗରେ ସଚେତନତା, କୁସଂସ୍କାରର ପତନ, ଏହା ହିଁ ଥିଲା ବୀର ଲକ୍ଷ୍ମଣ ନାୟକଙ୍କ ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ ବଳିଷ୍ଠ ଭୂମିକା । ସମସ୍ତ ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ଜଙ୍ଗଲରେ ବାସ କରୁଥିବା ଆଦିବାସୀଙ୍କ ଅଧିକାରର ଲଢ଼େଇ ପାଇଁ ଶହୀଦ ଲକ୍ଷ୍ମଣ ନାୟକ ଜଣେ ଅନ୍ୟତମ ଯୁଗାନ୍ତକାରୀ ବ୍ୟକ୍ତିତ୍ୱ ଭାବେ ପ୍ରେରଣାର ଉତ୍ସ ବୋଲି ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ । ପରେ ସମସ୍ତ ଅତିଥି,ଦଳୀୟ ନେତୃବୃନ୍ଦ,ସାମ୍ବାଦିକ,ଜନସାଧାରଣ ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀଗଣ ମଣ୍ଡଳ କାରାଗାର ବାହାରେ ଯେଉଁଠି ସଂଗ୍ରାମୀ ଶହୀଦ ଲକ୍ଷଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା ସେହି ସ୍ଥାନରେ ଥିବା ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସମେତ ଅନ୍ୟାନ୍ୟ ଅତିଥିବୃନ୍ଦ ମାଲ୍ୟାର୍ପଣ କରିଥିଲେ । ପରେ ମଣ୍ଡଳ କାରାଗାରରେ ରହୁଥିବା ଅନ୍ତୋବାସୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଖଦୀ ଗାମୁଛା ମାନ୍ୟବର ମନ୍ତ୍ରୀ ଶ୍ରୀ ଜେନା କ୍ରୟ କରି ସେଠାରେ ଉପସ୍ଥିତ ଥିବା ନେତୃବୃନ୍ଦଙ୍କୁ ବଣ୍ଟନ କରିଥିଲେ । ତାଙ୍କ ସହ ଅନ୍ୟାନ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର,ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ବ୍ରହ୍ମପୁର ଏସପି ଡ଼ ସର୍ବଣା ବିବେକ ଏମ,ମଣ୍ଡଳ କାରାଗାର ଅଧିକ୍ଷକ ଧିରେନ୍ଦ୍ର ନାଥ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, ଆସ୍କା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ୱରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ପ୍ରଶାନ୍ତ ନାୟକ,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ଗଙ୍ଗାଧର ଶତପଥି,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,କର୍ପୋରେଟର ବନିତା ସାହୁ,ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପିତବାସ ପଣ୍ଡା,ରାଜେଶ କୁମାର ସାହୁ,ବନମାଳୀ ସେଠୀ,ଗୋୖରୀ ଶଙ୍କର ସାମନ୍ତରା,ରଜତ ପଣ୍ଡିତ,ଚଣ୍ଡୀ ଚରଣ ସାହୁ,ଧର୍ମରାଜ ପାଣିଗ୍ରାହୀ,ସରୋଜ ପାତ୍ର,କୃଷ୍ଣ ଚନ୍ଦ୍ର ଚୌଧୁରୀ,ଅଭିମନ୍ୟୁ ସାହୁ,କେ.ରବି ରାଓ,ବି.ସୋମନାଥ ପାତ୍ର ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

author

Related Articles

Leave a Reply

Your email address will not be published. Required fields are marked *