ଲକ୍ଷ୍ମୀ ବସ ସହ କାର ଧକ୍କା

ଲକ୍ଷ୍ମୀ ବସ ସହ କାର ଧକ୍କା

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଛକରେ ଲକ୍ଷ୍ମୀ ବସକୁ ଧକ୍କା ଦେଲା କାର | ଜଣେ ମୃତ ୫ଜଣ ଗୁରୁତର ଆହାତ | ଆହାତ ୫ଜଣକୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଖଲ୍ଲିକୋଟ ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି | ଲକ୍ଷ୍ମୀ ବସଟି ଖଲ୍ଲିକୋଟ ବ୍ଲକ ଅଫିସରୁ କହ୍ନେଇପୁର ଯାଉଥିବା ସମୟରେ ସାମ୍ନା ପଟରୁ ଏକ ଏଟିକା କାର ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ କାର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହାତ ହୋଇଛନ୍ତି | ମୃତ ଡ୍ରାଇଭର ଜଣଙ୍କ କଇରାଶି ଗ୍ରାମ ର ଅଶୋକ ସ୍ୱାଇଁ ବୋଲି ଜଣା ପଡିଛି । ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା |

author

Related Articles

Leave a Reply

Your email address will not be published. Required fields are marked *