ଲଗାଣ ବର୍ଷାରେ ବୁଡିଲା ମାୟାନଗରୀ । ମୌସୁମା ବର୍ଷାରେ ସ୍ୱପ୍ନର ସହର ମୁମ୍ବାଇର ସ୍ଥିତି ବେହାଲ ହୋଇଥିବା ସୂଚନା ମିଳିଛି । ଗତ ୬ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୩୦୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏହାର ପ୍ରଭାବରେ ପୁରା ସହର ଜଳଗମ୍ନ ଅବସ୍ଥାରେ ଥିବା ସୂଚନା ମିଳିଛି । ରେଲୱେ ଟ୍ରାକଠାରୁ ଆରମ୍ଭ କରି ରାସ୍ତାଘାଟ, ଘର ସବୁ କିଛି ପାଣିରେ ଉବୁଟୁବୁ ହେଉଛି । ପୁରା ସହର ଯେମିତି କୃତିମ ସହରରେ ପରିଣତ ହୋଇଛି । ଫଳରେ ଏକାଧିକ ଲୋକାଲ ଟ୍ରେନ ଚଳାଚଳ ବାତିଲ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ସୋମବାର ସକାଳୁ ଲୋକେ ଘରୁ ବାହାରିପାରିନଥିଲେ । ତେବେ ଆଗାମୀ ୩ -୪ ଦିନ ମୁମ୍ବାଇ ସମେତ ପୁରା ମହାରାଷ୍ଟ୍ରରେ ବର୍ଷା ହେବ । ମଧ୍ୟ ମହାରାଷ୍ଟ୍ର ଓ ମରାଠବାଡାରେ ଜୁଲାଇ ୮ ଓ ୧୦ ତାରିଖରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି ।

You can share this post!
author