ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅନେକ ରାସ୍ତାଘାଟ ଘରଦ୍ବାର ଧଇହଇ ଯାଇଥିବା ବେଳେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ସାହାଡା ଗ୍ରାମ ପଞ୍ଚାୟତର ଅଜିଙ୍ଗ ପଦର ଓ ସାହାଡା ଗାଁରେ ଦୁଇ ପରିବାରର ଘର କାନ୍ଥ ଭାଙ୍ଗି ଯାଇଛି । ଯାହାଫଳରେ ଗୋଟିଏ ପରିବାର ପର ବାରଣ୍ଡାରେ ଦିନକାଟୁ ଥିବାବେଳେ ଆଉ ଗୋଟିଏ ପରିବାର ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି ଉଭୟ ପରିବାର ଲୋକେ । ଏହି ଦୁଃଖଦ ଖବର ଶୁଣି ବିଷମକଟକ ବିଧାୟକ ନିଳମାଧବ ହିକକା ଘୋଟଣାସ୍ଥଳକୁ ଯାଇ ଭ୍ରମଣ କରି ଦେଖିବା ସହ କ୍ଷତିଗ୍ରସ୍ତ କାରୀଙ୍କୁ ଭେଟି ଆଶ୍ବାସନା ଦେବା ସହ ଘୋଟଣା ବିଷୟରେ ବିଷମକଟକ ତହସିଲ ପ୍ରଶାସନ ସହ ଆଲଚନା କରିବି ବୋଲି କହିଛନ୍ତି । ତେବେ ବଡକଥା ହେଲା ଡମ୍ବୁରୁ ହିଆଲଙ୍କ ଦୁଇପୁଅ ଦାଦନ ଖଟି ଯାଇଥିବା ବେଳେ ଲଗାଣବର୍ଷା ଯୋଗୁଁ ଘର ଭାଙ୍ଗି ଯାଇଥିବା ଘୋଟଣା ଅତ୍ୟନ୍ତ ମର୍ମାହତ ଓ ଦୁଃଖ ଦାୟକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏପରି ପରିସ୍ଥିତିରେ ପ୍ରଶାସନ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଦେବା ଏବେ ନିହାତି ଜରୁରି ହୋଇଛି ।
