ଅଦିନିଆ ବର୍ଷା ଉଜାଡି ଦେଉଚି ଚାଷୀର ଫସଲ .ଅମଳ ସମୟରେ ବର୍ଷା ଚିନ୍ତା ବଢାଇ ଦେଇଛି ବିଚରା ଚାଷୀର. ଧାନ ପରେ ପରେ ବର୍ତ୍ତମାନର ଅଦିନିଆ ବର୍ଷା ବିଗାଡି ଦେଇଛି ରବି ଫସଲ.ଏବେ ଚିନ୍ତା ରେ ଚାଷୀକୂଳ . ଅଦିନିଆ ଲଗାଣ ବର୍ଷାକୁ ସପ୍ତାହେ ନ ପୁରୁଣୁ ବର୍ତ୍ତମାନ ପୁଣି ଲଘୁ ଚାପ ବର୍ଷା ଗଞ୍ଜାମ ଜିଲ୍ଲାର ରମ୍ଭା ଅଞ୍ଚଳରେ ଥିବା ରବି ଫସଲ କରୁଥିବା ଚାଷୀ ମାନଙ୍କ ଅମଳକୁ ନେଇ ବଢ଼ାଇଛି ଚିନ୍ତା. ବର୍ଷ ତମାମ ପରିବା ଚାଷ ଉପରେ ନିର୍ଭର କରନ୍ତି. ଋତୁ କାଳୀନ କଞ୍ଚା ପରିବା ଯେମିତିକି ଫୁଲ କୋବି, ପୋଟଳ, ବିନ୍ସ, ବାଇଗଣ, ଟମାଟ, କଲରା ଇତ୍ୟାଦି ଆଦାୟ କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯୋଗାଇଥାନ୍ତି. କିନ୍ତୁ ବର୍ତ୍ତମାନ ତାହା ବର୍ଷା ଯୋଗୁଁ ନଷ୍ଟ ହେବାକୁ ଯାଉଛି.
ଏହି ଅଂଚଳର ଚାଷୀ ପ୍ରାୟ ହଜାରେ ଏକର ଜମିରେ ରବି ଫସଲ କରିଛନ୍ତି. ଏକର ପିଛା ୨୦ ରୁ ୨୫ ହାଜର ଟଙ୍କା ସାର ପିଡ଼ିଆ ଓ ଔଷଧ ସହିତ ମୁଲିଆ ମଜୁରୀ ବାବଦରେ ଖର୍ଚ୍ଚ ହୋଇଥିବା କଥା କହିଛନ୍ତି ଚାଷୀ . ଧାର କରଜ କରି ଜମିରେ ଫସଲ କରିବା ଉଦ୍ଦେଶ୍ୟରେ ଲାଗିଥିବା ଟଙ୍କା ବର୍ତ୍ତମାନ ପରିଶୋଧ କରିବା କଷ୍ଟ ହୋଇ ପଡ଼ିବା କହିଛନ୍ତି ଚାଷୀ . ଫୁଲ କୋବି ଦର ବର୍ତ୍ତମାନ ୪୦ ଟଙ୍କାରୁ ଖସି ୧୦ ଟଙ୍କାରେ ପହଞ୍ଚିଛି. ଏହି ବର୍ଷା କାରଣରୁ ଆଗକୁ ଆହୁରି ଚାଷ ପ୍ରତି ବିପଦ ଭୟରେ ତରବରିଆ ଭାବେ ଫସଲ ଅମଳ କରୁଚି ଚାଷୀ ଯାହାକି ଶାଗ ମାଛ ଦର ରେ ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି…
ଗଞ୍ଜାମ ଜିଲ୍ଲାର ୩ ଲକ୍ଷ ୯୩ ହାଜର ହେକ୍ଟର ଚାଷ ଜମି ଥିବା ବେଳେ ୫୮ ହାଜର ୭୩୦ ହେକ୍ଟର ଜମିରେ ରବି ଫସଲ କରାଯାଉଛି.. ଶୀତଲ ଭଣ୍ଡାର ର ଅଭାବ ଯୋଗୁଁ ଚାଷୀ ଅମଳ କରିଥିବା କଞ୍ଚା ପରିବାକୁ ରଖିବା କଷ୍ଟ ହୋଈ ପଡୁଛି… କଞ୍ଚା ପରିବାର ଅଭାବୀ ବିକ୍ରି ଓ ଚାଷ ଓ ଚାଷୀକୁ ସୁରକ୍ଷା ଦେବା ପାଇଁ ଶୀତଳ ଭଣ୍ଡାରର ଆବଶ୍ୟକତା ରହିଥିବା କହିଛନ୍ତି ଚାଷୀ…