ଲଡୁ ବାଣ୍ଟିବେ ମୋଦି-ମୋହନ !

ଲଡୁ ବାଣ୍ଟିବେ ମୋଦି-ମୋହନ !

ବର୍ଷେ ହେବ ଖାଲି ପଡିଛି ଅନେକ ବିଜେପି ନେତାଙ୍କ ହାତ । ଆଉ କେବେ ରାଜ୍ୟ ବିଜେପି ନେତାଙ୍କୁ ଥଇଥାନ କରିବେ ଶୀର୍ଷ ନେତୃତ୍ୱ । ହଁ ଆଜ୍ଞା, ଆଉ କିଛି ଦିନ ପରେ ରାଜ୍ୟରେ ସରକାର ଚଳାଇବାର ୧ବର୍ଷ ପୂର୍ତି ପାଳନ କରିବାକୁ ଯାଉଛି ରାଜ୍ୟ ବିଜେପି । କିନ୍ତୁ ଏବେ ବି ଅଧାଅଧୁରା ପଡିଛି ସରକାର । ନା ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହୋଇପାରୁଛି ନା ବଳକା ଥିବା ନେତାଙ୍କୁ ଥଇଥାନ କରାଯାଉଛି । ଯାହାକୁ ନେଇ ରାଜ୍ୟ ବିଜେପିରେ କେଁ ଏବେ ବି ରହିଥିବା ଆଶଙ୍କା କରାଯାଉଛି ।

ଏପରିକି ଖୋଦ ଦଳର ସଭାପତି କିଏ ହେବେ, କାହା ହାତରେ ଦଳର ମଙ୍ଗ ଦିଆଯିବ ସେନେଇ କିଛି ସ୍ପଷ୍ଟ ତା ଆସୁନି । ଖୁବଶୀଘ୍ର ସଭାପତିଙ୍କ ନାଁ ଘୋଷଣା ହେବ, ଅମିତା ଶାହ ଜେପି ନଡ୍ଡା ନାଁରେ ମୋହର ମାରିବେ ଏଭଳି ଶୁଣିବାକୁ ମିଳୁଛି । କିନ୍ତୁ ପୂଣ୍ଣଚ୍ଛେଦ ପଡିବାରେ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି ।ଫଳରେ ମନମୋହନ ସାମଲଙ୍କ ଦଳରେ ଅସ୍ତିତ୍ୱ କଣ ରହିଯିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମନମୋହନ ସାମଲଙ୍କ ନେତୃତ୍ୱରେ ଦଳ ସରକାରକୁ ଆସିଛି, କିନ୍ତୁ ୧ ବର୍ଷ ସରକାର ଚଳେଇବା ପରେ ବି ତାଙ୍କୁ ରାଜ୍ୟ ସଭାପତି ପଦରେ ପୁଣି ସ୍ଥାନିତ କରାଯିବ ନା ଅନ୍ୟ କିଛି ଦାୟିତ୍ୱ ଦେଇ ସନ୍ତୁଷ୍ଟି କରାଯିବ ସେନେଇ ଅଙ୍କ ଛିଣ୍ଡିପାରୁନି ।

ଅନ୍ୟପଟେ ମନମୋହନ ସାମଲଙ୍କ ପରି ଅନେକ ନେତା ରହିଛନ୍ତି, ଯେଉଁମାନଙ୍କର ଭୂମିକା ନିବାଚନ ସମୟରେ ଦଳରେ ବେଶ୍ ଗୁରୁତ୍ୱବହନ କରିଥିଲା । ପ୍ରଶାନ୍ତ ଜଗଦେବଙ୍କ ଠାରୁ ଆରମ୍ଭ କରି ସମୀର ଦାସଙ୍କ ଭଳି ନେତା ଏହି ଲିଷ୍ଟରେ ସାମିଲ ରହିଛି । କୁହାଯାଉଛି କି ପ୍ରଶାନ୍ତଙ୍କୁ ମନ୍ତ୍ରୀ ପଦବୀ ମିଳିବା ସହିତ ସମୀରଙ୍କୁ ବୋର୍ଡ ନିଗମ ପଦ ମିଳିପାରେ ବୋଲି । କିନ୍ତୁ ଏ ଚର୍ଚ୍ଚାରେ କେବେ ପୂଣ୍ଣଚ୍ଚେଦ ପଡିବ ତାହା ସ୍ପ୍‌ଟ ହେଉନାହିାଁ ତେବେ ଦେଖାଯାଉ ଏହି ୧ ବର୍ଷ ପୂର୍ତି ପାଳନରେ ଦଳୀୟ ନେତା କ୍ଷମତା ପାଇଁ କେଉଁ ନୂଆ କେଁ ସୃଷ୍ଟି କରୁଛନ୍ତି ନା ଶୀର୍ଷ ନେତୃତ୍ୱ ଏହାକୁ ଦବାଇ ଦେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *