ରାଉରକେଲା ୨୭/୨, ଜଣେ ଜମାକାରୀଙ୍କ ପାଖରୁ ଦୁଇଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ, ରାଉରକେଲା ହେଡ୍ ପୋଷ୍ଟ୍ ଅଫିସିର ଆସିଷ୍ଟାଣ୍ଟ୍ ପୋଷ୍ଟମାଷ୍ଟର ବିଶ୍ବରଞ୍ଜନ ବେହେରା ଓ ଛେଣ୍ଡରେ ରହୁଥିବା ଏଜେଣ୍ଟ୍ ବିମଲ କୁମାର ମୁଦୁଲିକୁ ଭୁବନେଶ୍ବରରୁ ଆସିଥିବା ଏକ ୧୦ ଜଣିଆ ଟିମ୍ ୫୦ହଜାର ଟଙ୍କା ନଗଦ ଲାଞ୍ଚ ନେବାବେଳେ ଧରିବା ସହିତ ଦେଢ଼ଲକ୍ଷ ଟଙ୍କାର ଚେକକୁ ଜବତ୍ କରିଛି। ଘଟଣାରୁ ପ୍ରକାଶ ଯେ, ଛେଣ୍ଡରେ ରହୁଥିବା ପ୍ରଭାସିନୀ ସୂତାରଙ୍କ ସ୍ବାମୀ ମୃତ ଶ୍ରୀଧର ସୂତାର ପୋଷ୍ଟାଲରେ ୫ଲକ୍ଷ ୩୦ହଜାର ଟଙ୍କା ଫିକ୍ସଡ୍ ରଖିଥିଲେ ଏବଂ ତାହା ସୁଧ ଓ ମୂଳ ସହିତ ୮ଲକ୍ଷ ଟଙ୍କା ହୋଇଥିଲା।। ସ୍ବର୍ଗତଃ ଶ୍ରୀଧର ସୂତାର ଦୁଇବର୍ଷ ପୂର୍ବରୁ ମୃତ ହୋଇଯାଇଥିବାରୁ, ଫିକ୍ସଡ୍ ଡିପୋଜିଟ୍ ଟଙ୍କା ବାହାର କରିବାକୁ ଲିଗାଲ୍ ହେଆର୍ ସାର୍ଟିଫିକେଟ୍ ବାହାରକରି ପୋଷ୍ଟାଲରେ ଆବେଦନ କରିଥିଲେ। ଏଥିରେ କଳିଙ୍ଗବିହାରରେ ରହୁଥିବା ପୋଷ୍ଟାଲ ଏଜେଣ୍ଟ୍ ବିମଳ କୁମାର ମୁଦୁଲି ସେ ସମସ୍ତ ଟଙ୍କା ବାହାର କରିଦେବା ପାଇଁ କହିଥିଲେ। ସେ ସମସ୍ତ ଟଙ୍କା ବାହାର କରି ଦେବାକୁ ରାଉରକେଲା ହେଡ୍ ପୋଷ୍ଟ୍ ଅଫିସିର ଆସିଷ୍ଟାଣ୍ଟ୍ ପୋଷ୍ଟମାଷ୍ଟର ବିଶ୍ବରଞ୍ଜନ ବେହେରା ୨ଲକ୍ଷ ୫୦ହଜାର ଟଙ୍କା ନଗଦ ନେବାପାଇଁ କହିଥିଲେ। ଶେଷରେ ଏହା ୨ଲକ୍ଷ ଟଙ୍କାରେ ଫାଇନାଲ ହୋଇଥିଲା। ଏହାପରେ ଡିପୋଜିଟର ପ୍ରଭାସିନୀ ସୂତାର ଦେଢ଼ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ।ଏବଂ ଆଜି ନଗଦ ୫୦ହଜାର ଟଙ୍କା ନଗଦ ଦେବା ସମୟରେ ଭୁବନେଶ୍ୱରରୁ ଆସିଥିବା ୧୦ଜଣିଆ ସିବିଆଇ ଟିମ୍ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିବା ସହିତ ଦେଢ଼ଲକ୍ଷ ଟଙ୍କାର ଚେକକୁ ଜବତ୍ କରିଛନ୍ତି।ଦୁଇ ଅଭିଯୁକ୍ତଙ୍କୁ କଷ୍ଟୋଡିରେ ରଖି ଜେରା ଓ ପଚରାଉଚରା ଚାଲିଛି।
You can share this post!
author