ଲୋକସଭାରେ ଆଇନ ମନ୍ତ୍ରୀ ଆଗତ କରିବେ ମହିଳା ସଂରକ୍ଷଣ ବିଲ୍

ଲୋକସଭାରେ ଆଇନ ମନ୍ତ୍ରୀ ଆଗତ କରିବେ ମହିଳା ସଂରକ୍ଷଣ ବିଲ୍

ନୂଆ ସଂସଦ ଭବନରେ ବସିବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍ । ଲୋକସଭାରେ ଆଇନ୍ ମନ୍ତ୍ରୀ ଏହାକୁ ଗୃହରେ ଆଗତ କରିବେ । ଏହା ପାସ୍ ହେବା ପରେ ମହିଳାଙ୍କ ପାଇଁ ସଂସଦରେ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ରହିବ । ମହିଳା ସଂରକ୍ଷଣ ବିଲକୁ ନେଇ ମେନକା ଗାନ୍ଧୀ କହିଛନ୍ତି, ଆଜି ହେଉଛି ଏକ ଐତିହାସିକ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରରେ ଆଜି ମହିଳାଙ୍କୁ ଏପରି ଅଧିକାର ମିଳିବାକୁ ଯାଉଛି । ମହିଳା ସଂରକ୍ଷଣ ବିଲ୍ ଆସିବା ପରେ ମହିଳାମାନଙ୍କର ଭାଗ୍ୟ ବଦଳିଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଜାମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ମଧ୍ୟ ଏହି ବିଲକୁ ସମର୍ଥନ କରିଛନ୍ତି । ଏହି ବିଲ ପାସ ହୋଇପାରିଲେ ସଂସଦର ଉଭୟ ଗୃହ ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ହୋଇପାରିବ ।

author

Related Articles

Leave a Reply

Your email address will not be published. Required fields are marked *