ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଜପତିଙ୍କ ଉପସ୍ଥିତିରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଶ୍ରୀକ୍ଷେତ୍ର ଐହିହ୍ୟରେ ଯୋଡି ହେଲା ନୂଆ ଫର୍ଦ୍ଦ । ଲୋକାର୍ପଣ ପୂର୍ବରୁ ବରଣୀୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ପଂଚ କସାୟନରେ ପରିକ୍ରମା ପ୍ରକଳ୍ପ ଫଳକ ଏବଂ ପଥକୁ ଶୋଧ କରାଯାଇଥିଲା । ଅପରାହ୍ନ ଗୋଟାଏ ୧୫ରୁ ସାଢ଼େ ଗୋଟାଏ ମଧ୍ୟରେ ଶୁଭଲଗ୍ନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରେ ପରେ ସାଢ଼େ ଗୋଟାଏରୁ ୨ଟା ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତ୍ରିଦିନାତ୍ମକ ଯଜ୍ଞରେ ପୂର୍ଣ୍ଣାହୂତି ଦେବେ । ଯଜ୍ଞବେଦୀ ନିକଟରେ ପହଞ୍ଚି ସାରିଛନ୍ତି ଗଜପତି ମହାରାଜା । ହୋମ ଯଜ୍ଞ ସରିବା ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ଅଧଘଣ୍ଟା ଧରି ଚାଲିବ ନାମ ସଂକୀର୍ତ୍ତନ ଶୋଭାଯାତ୍ରା।

author

Related Articles

Leave a Reply

Your email address will not be published. Required fields are marked *