ଲୋକ ନା ପିମ୍ପୁଡ଼ି . ଦେଖାଯାଉନାହିଁ ବାଲି . ଖାଲି ଅସଂଖ୍ୟ ଲୋକ .ଉପରୁ ଯେମିତି ବାଲି ଟିକେବି ଦେଖାଯାଉନାହିଁ . ସମୁଦ୍ର କୁଳରେ ସୃଷ୍ଟି ହୋଇଛି ଜନ ସମୁଦ୍ର . ଯାହାକୁ ଦେଖିବା ପରେ ଖୁସି ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ .ଏଥରେ ଦେଖନ୍ତୁ ଏହି ଦୃଶ୍ୟକୁ . ସବୁ ଦିନ ପୁରୀ ସମୁଦ୍ର କୂଳରେ ଲୋକଙ୍କ ଗହଳି ଲାଗିଥାଏ ତାହା ତ ଠିକ କଥା . କିନ୍ତୁ ଆଜି ଏତେ ଭିଡ଼ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ . ଲୋକଙ୍କ ଭିଡ଼ ଏବେ ହୋଇଥିଲା ଯେ ପାଦ ପକାଇବାକୁ ବି ବାଲିରେ ଜାଗାନଥିଲା .
ଏହାକୁ ଦେଖିବା ପରେ ଲୋକେ କହୁଛନ୍ତି . ଖାଲି ନବୀନ ନୁହଁନ୍ତି ମୋହନଙ୍କ କାମରେ ମଧ୍ୟ ଲୋକେ ଖୁସିଅଛନ୍ତି . ଖାଲି ନବୀନଙ୍କ ସଭାରେ ଲୋକଙ୍କ ଭିଡ଼ ଜମୁଥିଲା ତାହା ନୁହେଁ .ଏବେ ମୋହନଙ୍କ କ୍ରେଜବି ବଢ଼ିଚାଲିଛି . ତେବେ ନିକଟରେ ପୁରୀ ସମୁଦ୍ର କୂଳରେ ପାଳନ ହୋଇଥିଲା ନୈସେନା ଦିବସ .ଏହାର କିଛି ଦିନ ପୂର୍ବରୁ ସମୁଦ୍ର କୂଳରେ ବିରାଟ ବିରାଟ ଜାହାଜ ଆସି ଲାଗିଥିଲା . ଏବଂ ନୈସେନା ଦିବସ ଅବସରରେ ଭାରତୀୟ ବୀର ଯବାନ ମାନେ ସେମାନଙ୍କ ଶକ୍ତି ପ୍ରର୍ଦଶନ କରିଥିଲେ . ଏହି ସମୟରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରପତି ଦୈାପତି ମୁର୍ମୁଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଉପସ୍ଥିତ . ନୈସେନାର ଯବାନ ମାନଙ୍କର ଶକ୍ତି ପ୍ରଦର୍ଶନ ଦେଖିବା ପାଇଁ ତଟରେ ଲୋକଙ୍କ ଭିଡ଼ ପ୍ରବଳ ହୋଇଥିଲା . ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ହୋଇଥିଲେ .ଏହି କାର୍ଯ୍ୟକ୍ରମ ଅପରାହ୍ନରେ ଆରମ୍ଭ ହୋଇଥିଲା ବେଳେ କାହିଁ କେତେ ଦୁରରୁ ଦର୍ଶକଙ୍କ ଭିଡ଼ ଜମିଥିଲା . ସେହି ସମୟରେ ସମୁଦ୍ର କୂଳର ବେଳା ଭୁମି ଲୋକଙ୍କ ଗହଣରେ ଭରପୁର ଦିଶୁଥିଲା .