ରାଜଧାନୀର ଛାତି ଉପରେ ଅଚ୍ୟୁତଙ୍କ ବଡ଼ ସାମ୍ରାଜ୍ୟ .ଲ୍ୟାବ ଆସିଷ୍ଟାଣ୍ଟରୁ କେମିତି ହେଲେ ଶିକ୍ଷା ବ୍ୟବସାୟର ଟାଇକୁନ .ବିଜେଡି ବଳରେ ବ୍ୟବସାୟ ବଢ଼େଇଥିଲେ ଅଚ୍ୟୁତ. ରାଜଧାନୀର ଛାତି ଉପରେ ଖୁବ କମ ଦିନ ମଧ୍ୟରେ ଏକ ବଡ଼ ଶିକ୍ଷା ସାମ୍ରାଜ୍ୟ ଗଢ଼ିଥିଲେ ଅଚ୍ୟୁତ …ସେତେବେଳେର ବିଜେଡି ସରକାରର ବଳରେ ବଳିୟାନ ହୋଇ ନିଜର ସାମ୍ରାଜ୍ୟ ବିସ୍ତାର କରିଚାଲିଥିଲେ ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ..ହେଲେ ଅଚ୍ୟୁତ ସାମନ୍ତଙ୍କ ବିଷୟରେ ଅନେକ ଜାଣିନଥିବେ ଯେ ସେ ଜଣେ ଲାବ୍ରୋଟୋରି ଆସିଷ୍ଟାଣ୍ଟ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଅଚ୍ୟୁତ ସାମନ୍ତ ..ରାଜଧାନୀରେ ଜମି କେଳାଙ୍କରୀକୁ ନେଇ ଅଚ୍ୟୁତଙ୍କ ନାଁରେ ଥିଲା ଅନେକ ଅଭିଯୋଗ .ନିରୀହ ଲୋକଙ୍କୁ କିଛି ଅର୍ଥ ଦେଇ ପଟିଆ ଅଂଚଳର ଜମିକୁ ନିଜ ନାଁରେ କରିଦେଇଥିବାର ଅଭିଯୋଗ ମଧ୍ୟ ବାରମ୍ବାର ହୋଇଛି ଅଚ୍ୟୁତଙ୍କ ନାଁରେ ..ହେଲେ ପୂର୍ବତନ ସରକାର ଏନେଇ ତଦନ୍ତ କରିବା ଦୂରରେ ଥାଉ ତାଙ୍କୁ ସାଂସଦ ଟିକେଟ ଦେଇ କନ୍ଧମାଳରୁ ସାଂସଦ କରିଥିଲେ ..ସେହିପରି ଭାବରେ ଦେଶବାହାରେ ନିଜ ସଂସ୍ଥାର ପ୍ରଚାର କରି ମୋଟା ଅଙ୍କର ଅର୍ଥ ହାତେଇ ଥିବାର ଅଭିଯୋଗ ମଧ୍ୟ ଆସେ ଅଚ୍ୟୁତଙ୍କ ନାଁରେ ..ବିଭିନ୍ନ ଦେଶ ଭିଭିଆଇପି ମାନଙ୍କୁ ଅତିଥି ଭାବେ ଡାକି ତାଙ୍କୁ ପ୍ରଚାରର ଅସ୍ତ୍ର ସଜାଉଥିଲେ ଅଚ୍ୟୁତ..ଏତେ ସବୁ ଅଭିଯୋଗ ପରେ ମଧ୍ୟ କୀଟ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉନଥିଲା ..ହେଲେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ କିଟର ସବୁ ଗୁମରକୁ ସାମ୍ନାକୁ ଆଣିଛି ..କୀଟ ପାଇଁ ବିଶ୍ୱ ଦରବାରରେ ଓଡିଶା ନିନ୍ଦିତ ହୋଇଛି ..ସେଥିପାଇଁ କିଟ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ଉଠିଛି ..ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଥିବା ଜମି କେଳାଙ୍କରୀ ଘଟଣାର ତଦନ୍ତ କରାଯାଉ ଏବଂ ତାଙ୍କୁ ତୁରନ୍ତ ଗିରଫ କରାଯାଉ ..କିଟ ଘଟଣାରେ ବିଜେଡି ମୁହଁ ଖୋଲୁନଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ..ସେରହିପାରି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ମଧ୍ୟ ଏନେଇ ମୁହଁ ଖୋଲି ନାହାନ୍ତି ..ତେବେ ଦେଖିବାକୁ ବାକି ରହିଲା କିଟ ଓ ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ହେଉଥିବା ଅଭିଯୋଗର କେବେ ତଦନ୍ତ ହେଉଛି ଓ ନେପାଳି ଝିଅ ପ୍ରକୃତିଙ୍କୁ କେବେ ନ୍ୟାୟ ମିଳୁଛି

You can share this post!
author