ଶଙ୍ଖଭବନରେ ନବୀନ ବାହାରେ ପ୍ରଣବ ଛନ୍ଦି ହୋଇଗଲେଣି ମୋହନ !

ଶଙ୍ଖଭବନରେ ନବୀନ ବାହାରେ ପ୍ରଣବ ଛନ୍ଦି ହୋଇଗଲେଣି ମୋହନ !
  • ପ୍ରତିଷ୍ଠା ଦିବସରେ ପ୍ରଣବଙ୍କ ରଣହୁଙ୍କାର
  • ମୋହନଙ୍କୁ ୱାର୍ଣ୍ଣିଂ ଦେଲେ କାହାକୁ ଦଲାଲ କହିଲେ ବବି ?
  • ଶଙ୍ଖଭବନରେ ନବୀନ ବାହାରେ ପ୍ରଣବ
  • କାମଦେଉଛି ନବୀନଙ୍କ ରଣନୀତି ପୁଣି ପାୱାରକୁ ଫେରିବ ବିଜେଡି !

ଆରମ୍ଭ ହେଲା ରଣନୀତି ପୁଣି ପାୱାରକୁ ଫେରିବାର ଅଙ୍କକଶିଲା ବିରୋଧି ବିଜେଡି । ପ୍ରତିଷ୍ଠା ଦିବସରେ ବିଜେଡିର ବିପୁଳ ଜନସମର୍ଥନ ଓ କର୍ମୀଙ୍କ ଉତ୍ସାହ ଦେଖି ପାୱାର କରିଡୋରରେ ବିଜେଡି ଚର୍ଚ୍ଚା । ଏବେ ବି କମିନାହିଁ ନବୀନ କ୍ରେଜ । 28 ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ । ପ୍ରଥମ ଥର ପାଇଁ ବିରୋଧି ଦଳରେ ରହି ନିଜର ପ୍ରତିଷ୍ଠା ଦିବସ ପାଳନ କରିଛି । ଶଙ୍ଖ ଭବନରେ ବରିଷ୍ଠ ନେତାଙ୍କ ଠାରୁ ଆରମ୍ଭ କରି କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇ ସଭାପତି ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ପ୍ରତିଷ୍ଠା ଦିବସ ହୋଇଯାଇଛି । ଶଙ୍ଖଭବନରେ ନବୀନ କର୍ମୀଙ୍କୁ ଗୁରୁମନ୍ତ୍ର ଦେଉଥିଲେ ତ ବାହାରେ କର୍ମୀଙ୍କୁ କର୍ଣ୍ଣମନ୍ତ୍ର ଦେଲେ ପ୍ରଣବ ପ୍ରକାଶ ଦାସ ।

ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି କି ଓଡିଶାରେ ବିଜେଡି ଦଳ ପ୍ରତିଷ୍ଠା ହେବା ଦିନ ଠାରୁ ହିଁ ଲୋକଙ୍କ ସେବା କରି ଆସୁଛି ଏବଂ ରାଜ୍ୟରେ ବିଜେପି ସରକାର ଆସିବା ଦିନୁ ଅନୁତାପ ନିଆଁରେ ଜଳୁଛନ୍ତି ରାଜ୍ୟବାସୀ । ଯାଜପୁର ଜିଲ୍ଲାରେ ନବୀନଙ୍କ ଯୋଜନାକୁ ବନ୍ଦ କରିଦେଇଥିବା ଭାରତୀୟ ଜନତା ପାର୍ଟି ସରକାର ଉପରେ ବର୍ଷିଛନ୍ତି । ଯେଉଁମାନେ ଦଳ ଛାଡି ଅନ୍ୟ ଦଳରେ ସାମିଲ ହେଉଛନ୍ତି ସେମାନଙ୍କୁ ଦଲାଲ କହି ସମାଲୋଚନା କରିଛନ୍ତି । ତେବେ ଯାଜପୁରରେ ବବିଙ୍କ ନେତୃତ୍ୱରେ ଧୀରେ ଧୀରେ ଆହୁରି ଶକ୍ତିଶାଳୀ ହେଉଛି ବିଜୁ ଜନତା ଦଳ । ବାରମ୍ୱାର ମଇଦାନକୁ ଓହ୍ଲାଉଛନ୍ତି ଏବଂ ବିଜେପି ସରକାରକୁ ଚେତାବନୀ ଦେଉଛନ୍ତି କିନ୍ତୁ ଚୁପ ବସିଯାଇଛନ୍ତି ମୋହନ ସରକାର ।

author

Related Articles

Leave a Reply

Your email address will not be published. Required fields are marked *