ଶଙ୍ଖଭବନରେ ମାନସମନ୍ଥନ….26ରେ ହେବ ବିସ୍ପୋରଣ ସାମ୍ନା କରିବେ ମୋହନ !

ଶଙ୍ଖଭବନରେ ମାନସମନ୍ଥନ….26ରେ ହେବ ବିସ୍ପୋରଣ ସାମ୍ନା କରିବେ ମୋହନ !

ବିଜେଡିର ପ୍ରତିଷ୍ଠା ଦିବସରେ ହେବ କି ବଡ ବିସ୍ପୋରଣ ? ଆସନ୍ତା 26 ତାରିଖରେ 28ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି ବିଜୁ ଜନତା ଦଳ । ପ୍ରତି ନିର୍ବାଚନ ମଣ୍ଡଳରେ ପାଳନ ହେବ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସରୁ ହିଁ ଘର ସଜଡା ପ୍ରୟାସ ଆରମ୍ଭ କରିବ ବିଜୁ ଜନତା ଦଳ । ନିଜେ ଶଙ୍ଖପତି ନବୀନ ପଟ୍ଟନାୟକ ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି ବିରୋଧି ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁରୁମନ୍ତ୍ର ଦେବେ ବିଜେଡି ସୁପ୍ରିମୋ । ବିଜେଡି ସରକାର ସମୟର ସଫଳ କାର୍ଯ୍ୟ ଓ ଛଅମାସର ସରକାରର ବିଫଳତା ବଖାଣିବାକୁ ନୂଆ ରଣନୀତି ଆରମ୍ଭ କରୁଛି ବିଜେଡି ।

ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ବିଜେଡିକୁ ଚେତେଇ ଦେଇଛି । ଦଳର ତୃଣମୂଳ ସ୍ତରର କର୍ମୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତାଙ୍କ ପର୍ଯ୍ୟନ୍ତ ବିଜେଡି ପରାଜୟର ଦୋଷ ନବୀନଙ୍କୁ ଦେଲେ । ଯେଉଁଥିପାଇଁ ଖୋଦ ଶଙ୍ଖପତି ଏବେ ନିଜେ ମଇଦାନକୁ ଓହ୍ଲାଇଛନ୍ତି । ବରିଷ୍ଠ ନେତାଙ୍କ ପରାମର୍ଶ ଲୋଡୁଛନ୍ତି ନିଜେ ପଦାକୁ ବାହାରି ସାଧାରଣ ଜନତାଙ୍କ ପାଖକୁ ଯାଇ ଜନସମ୍ପର୍କ ବୃଦ୍ଧି କରାଉଛନ୍ତି । କିନ୍ତୁ ସବୁ ପରେ ବି ନବୀନ ଏ ଯାଏଁ ରାଜ୍ୟ କମିଟି ଗଠନ କରିବାରେ ସଫଳ ହୋଇନାହାନ୍ତି । ବିଜେଡିର ସଭ୍ୟସଂଗ୍ରହ ଅଭିଯାନକୁ ମଧ୍ୟ ସେତେଟା ଆଖିଦୃଶିଆ ସଫଳତା ମିଳିବା ନଜର ଆସୁନି ।

ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ଚଳିତ ଥରର ପ୍ରତିଷ୍ଠା ଦିବସ ଦ୍ୱାରା ଜନସମ୍ପର୍କ ବୃଦ୍ଧି କରିବାର ଲକ୍ଷ୍ୟ ରଖିଛନ୍ତି । ଉପରକୁ ଦଳ ଯେତିକି ସୃଦୁଢ ଦେଖାଯାଉଛି ଭିତରେ କିନ୍ତୁ ସ୍ଥିତି କିଛି ଅଲଗା ରହିଛି । ଦଳରେ କର୍ମୀ ଓ ନେତା ମାନଙ୍କ ଅସନ୍ତୋଷ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ଦଳର ସମସ୍ତ କର୍ମୀ ନେତାଙ୍କୁ ଏକତ୍ର କରି କାର୍ଯ୍ୟ କରିବା ଏବଂ ବିଜୁ ଜନତା ଦଳକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଆଉ ସେତେଟା ସହଜ ନୁହଁ । କିନ୍ତୁ ନିଜ ଦଳର ଅସ୍ତିତ୍ୱକୁ ସଜାଡିବା ପାଇଁ ଆସନ୍ତା 26 ତାରିଖରେ ନବୀନ ଯେଉଁ ରଣନୀତି କରିବାକୁ ଯାଉଛନ୍ତି ସେଥିରେ ସେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *