ଶଙ୍ଖଭବନ ଯିବେ ମୋହନ ଖାଇବେ ସାଧା ମିଲ୍ !

ଶଙ୍ଖଭବନ ଯିବେ ମୋହନ ଖାଇବେ ସାଧା ମିଲ୍ !
  • ଶଙ୍ଖଭବନରେ ହୋଟେଲ ଭାଇରାଲ ହେଲା ଭିଡିଓ
  • ବିଜେଡିର ଏ କି ଅବସ୍ଥା କଟାକ୍ଷ କଲା ବିଜେପି
  • ଜବାବ ରଖିଲା ବିଜେଡି ଶସ୍ତା ରାଜନୀତି ବନ୍ଦ କର

ଶଙ୍ଖଭବନରେ ବିଜେଡିର ହୋଟେଲ ବଢିଲା ରାଜନୀତି । ସରକାରରୁ ହଟିବା ପରେ ବିଜେଡିର ଏ କି ଅବସ୍ଥା ? କାହିଁକି ସର୍ବସାଧାରଣଙ୍କ ପାଇଁ ହୋଟଲେ ସାଜିଛି ଶଙ୍ଖଭବନ ? ରାଜ୍ୟର ଏକ ସର୍ବବୃହତ ଆଞ୍ଚଳିକ ଦଳ ଭାବେ ପରିଚିତ ବିଜୁ ଜନତା ଦଳକୁ ନେଇ ଏବେ ଉଠିଲା ପ୍ରଶ୍ନ । ଶଙ୍ଖଭବନରେ ହୋଟେଲ ଖୋଲିଲା ସାଧା ମିଲ 80 ଟଙ୍କାରେ ଦିଆଗଲା । ତେବେ ନିର୍ବାଚନରେ ପରାଜୟ ପରେ ଶଙ୍ଖଭବନକୁ ନେଇ ଭାଇରାଲ ହେବାରେ ଲାଗିଛି ଏପରିକିଛି କଥା । ନଜର ପକାନ୍ତୁ ଏହି ପୋଷ୍ଟରଟି ଉପରେ ଶଙ୍ଖଭବନ ବାହାରେ ଲାଗିଛି ଏମିତି ଏକ ପୋଷ୍ଟର । ଯେଉଁଥିରେ ଆଇଟମର ନାମ ଲେଖା ହେଇଛି । ଯାହା ଭାଇରାଲ ହେବା ପରେ ଆରମ୍ଭ ହୋଇଯାଇଛି ବିଜେଡି ଓ ବିଜେପିଙ୍କ ମଧ୍ୟ ବାକ ଯୁଦ୍ଧ । ବିଜେପି ନେତା ଜଗା ପ୍ରଧାନ କହିଛନ୍ତି କି ହୋଟେଲ ଚଲେଇକି ଶଙ୍ଖଭବନ ଚଳାଇବାକୁ ଯୋଜନା ଚାଲିଛି । ପରମୁହୁର୍ତ୍ତରେ ଏହା ଷ୍ଟାର ହୋଟେଲରେ ପରିଣତ ହୋଇଯିବ । ତେବେ ବିଜେଡି 24 ବର୍ଷ ଶାସନ କଲା ପରେ ଛଅମାସରେ ଏମିତି କଣ ଦରକାର ପଡିଲା ଯେ ବିଜେଡି ପାର୍ଟି ଅଫିସ ଏବେ ହୋଟେଲ ହୋଇଗଲା । ତେବେ ଶଙ୍ଖ ଭବନରେ ହୋଟେଲ କରିବା ଘଟଣାରେ ଏପରି କିଛି କହିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ ।

ବିଜେପିର କଟାକ୍ଷ ପରେ ଜବାବ ରଖିଲେ ଅରୁଣ । କିଛି କାମ ଧନ୍ଦା ନାହିଁ ବୋଲି ପ୍ରଶ୍ନ କରିବା ସହ କାହିଁକି ଶସ୍ତା ରାଜନୀତି କରୁଛନ୍ତି ମୋହନ ସରକାର । ଅରୁଣଙ୍କ କହିବା ଅନୁଯାୟୀ ଯେବେ ଶଙ୍ଖଭବନ ଆରମ୍ଭ ହେଲା ଏହା ଲୋକଙ୍କ ପାଇଁ ହିଁ ହୋଇଥିଲା ତେବେ ସାଧାରଣ ଲୋକଟିଏ 80ଟଙ୍କା ଦେଇ ସାଧା ମିଲ ଖାଇବାରେ କୌଣସି ଅସୁବିଧା ନାହିଁ । କେବଳ ସେତିକି ନୁହେଁ ବରଂ ସୋସିଆଲ ମିଡିଆରେ ମୋହନଙ୍କ ଭାଇରାଲ ଭିଡିଓକୁ ତାଚ୍ଛଲ୍ୟ କରିବା ସହ ବିଜେପିର ମନ୍ତ୍ରୀ ମାନଙ୍କୁ ନିମନ୍ତ୍ରଣ କରିଛନ୍ତି ଶଙ୍ଖଭବନରେ ସାଧା ମିଲ ଖାଇହା ପାଇଁ । ଶଙ୍ଖଭବନରେ ହୋଟେଲକୁ ନେଇ ଆରମ୍ଭ ହୋଇଥିବା ବୟାନ ବାଜି ରାଜ୍ୟ ରାଜନୀତିରେ କେଉଁ ମୋଡ ନେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *