ଶବ ପାଇଁ ନଇ ପାଲଟିଛି ଅଭିଶାପ

ଶବ ପାଇଁ ନଇ ପାଲଟିଛି ଅଭିଶାପ

କନ୍ଧମାଳ ଜିଲ୍ଲାରେ ଘଟିଛି ଅଭାବନୀୟ ଓ ଲଜ୍ୟା କର ଘଟଣା। ସ୍ବାଧୀନତାର ଅମୃତ ମହୋତ୍ସବ ଦେଶ ପାଳନ କରୁଥିବା ବେଳେ ଆଜିବି ଲୋକଙ୍କୁ ସାଧାରଣ ମୌଳିକ ସୁବିଧା ଯୋଗାଇବା ରେ ବିଫଳ ସରକାର। ନୂଆଗାଁ ବ୍ଲକ ସଦର ମହକୁମାର ମାତ୍ର ୧୦କିଲୋମିଟର ଦୂର ଗୁଞ୍ଜିବାଡି ପଞ୍ଚାୟତର ବାଗାଡି, ବୁଡାଲି, ଡ଼ାକାଲି ଭଳି ଛୋଟ ଛୋଟ ଗାଁ ରହିଛି ୯୦ଉର୍ଦ୍ଧ ପରିବାର ରହିଛନ୍ତି କିନ୍ତୁ ସେମାନଙ୍କ ପାଈଁ କାଳୀ ପେନୁ ନଇ ଅଭିଶାପ ପାଲଟିଛି। ସେହି ନଦୀ ପାର ହେଲେ ସୋମନେ ବଜାର, ମେଡ଼ିକାଲ, ବ୍ଲକ ଅଫିସ ଓ ପଞ୍ଚାୟତ ଅଫିସ ରୁ ଗାଁ କୁ ଯିବା ଆସିବା କରିଥାନ୍ତି। ପୋଲ ଟିଏ ପାଇଁ ବାରମ୍ଵାର ଗୁହାରୀ କରୁଛନ୍ତି ହେଲେ କେବଳ ଆଶ୍ଵାସନା ହିଁ ତାଙ୍କ ପାଇଁ ସାହାରା କରି ପାଲଟିଛି। ଗତକାଲି ସେହି ଗାଁ ର ପଦ୍ମାବତୀ ପ୍ରଧାନ ନାମକ ଜଣେ ବ୍ୟକ୍ତି ଙ୍କ ଦେହ ଅସୁସ୍ଥ ହେବାରୁ ତାକୁ ନଦୀ ପାର କରି ମେଡ଼ିକାଲ ଆଣିଥିଲେ କିନ୍ତୁ ମେଡ଼ିକାଲ ରେ ତାଙ୍କର ମୃତ ହେଲା। ମୃତ ପରେ ଶବକୁ ଅନ୍ତିମ ସଂସ୍କାର ପାଇଁ ଗାଁକୁ ଆଣିଥିଲେ। ଖ୍ରୀଷ୍ଟିଆନ ଲୋକ ହେଇଥିବାରୁ ତାକୁ ସମାଧି ଦେବା ପାଇଁ ପ୍ଲାଇଉଡ ସାହାଯ୍ୟ ରେ ଏକ କଫିନ କରି ତାର ସାହାଯ୍ୟ ରେ ନଦୀ ପାର କରୁଥିବା ବେଳେ କଫିନ ଟି ମଧ୍ୟ ନେବା କଷ୍ଟ ହେଉଥିଲା ଓ ନଦୀରେ ନେବା ବେଳକୁ କାଫିନ ଟି ଭାସି ପଳାଉଥିବା କହିଛନ୍ତି ଗ୍ରାମବାସୀ। ବର୍ଷ ବର୍ଷ ଏ ଭଳି ଜୀବନ କୁ ବାଜି ଲଗାଇ ଯିବା ଆସିବା କରୁଥିବା ବେଳେ ପୋଲ ଟିଏ ପାଇଁ ଏମେଲଏ,ଏମ୍ପି ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। କେବଳ ଭୋଟ ସମୟ ରେ ଆଶ୍ଵାସନା ମିଳୁଛି।

author

Related Articles

Leave a Reply

Your email address will not be published. Required fields are marked *