କଟକ ଚୌଧୁରୀ ବଜାରର ଏକ ଶାଢ଼ୀ ଦୋକାନରେ ଲାଗିଲା ନିଆଁ I ଏତେ ଜୋରରେ ନିଆଁ ଜଳିଲା ଯେ ତିନୋଟି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା I ଫଳରେ ହାଇଦରଙ୍କ ଦମକଳ ସାହାଯ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା I ଆଜି ସକାଳେ ଚୌଧୁରୀ ବଜାରରେ ଏକ ପାଞ୍ଚ ମହଲା ଦୋକାନର ତଳ ମହଲାରେ ନିଆଁ ଦେଖାଯାଉଥିଲା।ଲୋକେ ଦମକଳକୁ ଫୋନ କରୁକରୁ ନିଆଁ ତୀବ୍ର ବେଗରେ ବ୍ୟାପି ଯାଇଥିଲା। ତୃତୀୟ ମହଲାରେ ଏହି ନିଆଁ ତୀବ୍ର ଆକାରର ଧାରଣ କରିଥିଲା। ସେହି ଦୋକାନରେ କେବଳ ଶାଢୀ ଥିବାରୁ ସେଥିରେ ନିଆଁ ଲାଗି ପୁରା ବଜାରକୁ ଧୂଆଁମୟ କରିଦେଇଥିଲା।ଆସନ୍ତା ପୂଜା ପାଇଁ ଦୋକାନୀ ନୂଆ ଶାଢୀ ଆଣି ବିକ୍ରି ପାଇଁ ରଖିଥିଲେ। ତାହା ତୃତୀୟ ମହଲାରେ ମହଜୁଦ ଥିଲା। ହେଲେ ଏହି ପାଞ୍ଚ ମହଲା କୋଠାର ଏହି ତୃତୀୟ ମହଲା ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଆଉ ତଳ ଦୁଇଟି ମହଲା ଆଂଶିକ କ୍ଷତି ହୋଇଥିବାର ଜଣାପଡିଛି। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାଁନ୍ତି। ତେବେ ଅଗ୍ନୀଶମର ତିନିଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଥିବାର ଜାଣାପଡିଛି

You can share this post!
author
Related Articles
କଲବଲ କଲାଣି ତାତି 45 ଡିଗ୍ରୀ ଡେଇଁଲା…
- April 22, 2025
ହଠାତ୍ ଦିନ ହୋଇଗଲା ରାତି
- April 18, 2025
ସ୍ୱାମୀର ହାତ ଛାଡିଲେ ସ୍ତ୍ରୀ
- November 6, 2024