ବଦଳିଯାଇଛି ଓଡିଶାର ଗଣିତ । ପ୍ରଥମ ଥର ପାଇଁ ବିରୋଧି ଦଳ ଚେୟାରରେ ବସିଛି ବିଜୁ ଜନତା ଦଳ ଅନ୍ୟପଟେ ସରକାର ଗଢିଛି ଭାରତୀୟ ଜନତା ପାର୍ଟି । ତେବେ ସରକାର ବଦଳିଥିବାରୁ ବିରୋଧି ସାଜିଥିବା ବିଜେଡି ଏବେ ଶାସକ ଦଳକୁ ଦେବ କଡା ଚ୍ୟାଲେଞ୍ଜ । ହଁ ଦର୍ଶକବନ୍ଧୁ ସରକାରୀ ଦଳକୁ ଘେରିବା ପାଇଁ ପ୍ରସ୍ତୁତ ହେଲାଣି ବିଜେଡି । ଗୋଟିଏ ପଟେ କିଏ ହେବ ବିରୋଧି ଦଳ ନେତା ଏବଂ ଶାସକ ଦଳକୁ ଘେରିବ ସେ ନେଇ କଳ୍ପନା ଜଲ୍ପନା ଲାଗି ରହିଥିବାବେଳେ ବିଜେଡି ଲେଖା ଛିଡାଉଥିବା ବିଜେପି ନେତାଙ୍କୁ ଶିକ୍ଷା ଦେବା ପାଇଁ ବିଜୁ ଜନତା ଦଳ କରୁଛି ଷଡଯନ୍ତ୍ର । କାହିଁକିନା ଘନ ଘନ ନବୀନ ନିବାସ ଦୌଡୁଛନ୍ତି ବିଜେଡିର ବରିଷ୍ଠ ନେତା । ଶାସକ ଦଳକୁ ଘେରିବା ପାଇଁ ବୈଠକ ଉପରେ ବୈଠକ ଡକାଉଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ବିଧାନସଭାରେ ବିରୋଧି ଦଳ ନେତାଙ୍କ ଗୁରୁତ୍ୱ ଅଧିକା ରହିଥିବା ହେତୁ ନବୀନ ପଟ୍ଟନାୟକ ବିରୋଧି ଦଳ ନେତା ହୋଇପାରନ୍ତି । ଅନ୍ୟପଟେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ବିଶେଷ ବିଧାନସଭା ଯାଉନଥିବାରୁ ବିଜେଡିର ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିରୋଧି ନେତା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଯିଏ ବି ବିରୋଧି ନେତା ହେଉ ଶାସକ ଦଳକୁ ଘାଇଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବିଜୁ ଜନତା ଦଳ । ବିଜେଡି ପାଖରେ ସଂଖ୍ୟଗରିଷ୍ଠତା କମ ଥିଲେ ମଧ୍ୟ ବିଜେଡିରେ 51 ଜଣ ବିଧାୟକ ରହିଛନ୍ତି । ଅନ୍ୟପଟେ ବିଜେଡିର ଖୋଦ ସାଙ୍ଗଠନିକ ସଂପାଦକ ହାରିଯାଇଛନ୍ତି ସତ କିନ୍ତୁ ଦଳର ଜଣେ ଟାଣୁଆ ନେତା ଏବଂ ନବୀନ ବାବୁଙ୍କ ପାକ ଲୋକ ଭାବେ ତାଙ୍କର ଏବେ ବି ଦବଦବା ରହିଛି । ନବୀନ ଓ ସାଙ୍ଗଠନିକ ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଦୁହେଁ ମିଶି ଶାସକ ଦଳକୁ ଚ୍ୟାଲେଞ୍ଜ ଦେବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେଣି ।

You can share this post!
author