ଶାସନ କାହାର ପ୍ରଶଂସା ସାଉଁଟୁଛି କିଏ ?

ଶାସନ କାହାର ପ୍ରଶଂସା ସାଉଁଟୁଛି କିଏ ?

ଦର୍ଶକ ବନ୍ଧୁ ଓଡିଶା ରାଜନୀତି ପାଣିପାଗ ସରକାର ବଦଳେଇ ଦେଇଛି ସତ ହେଲେ ବଦଳିନି ଲୋକଙ୍କ ପ୍ରତି ନବୀନଙ୍କ ମାବବିକତା କି ବଦଳିନି କର୍ମୀଙ୍କ ନବୀନଙ୍କ ପ୍ରତି ଅତୁଟ ବିଶ୍ୱାସ ? ଶାସନ କାହାର ହେଲେ ପ୍ରଶଂସା ସାଉଁଟୁଛି କିଏ ? କାହା ପାଖରେ ଲୋକଙ୍କ ଭିଡ଼ ଜମିବା କଥା ହେଲେ କାହା ପାଖରେ ଲୋକେ ଦୁଃଖ ଜଣାଉଛନ୍ତି .ତେବେ ନିକଟରେ ଗଞାମ ଜିଲ୍ଲାରେ ଚାଷିଙ୍କ ବ୍ୟାପକ ଫସଲ ନଷ୍ଟ ହେବାର ଚିତ୍ର ସାମ୍ନାକୁ ଆସିଥିଲେ . ତେଣୁ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଜିଲ୍ଲାର ବିଭିନ୍ନ ବ୍ଳକ ଗ୍ରସ୍ତ କରି ଚାଷୀ ମାନଙ୍କୁ ଭେଟି କ୍ଷୟକ୍ଷତି ବିଷୟରେ ଆଲୋଚନା କରିଥିଲେ . ଏହି ସମୟରେ ନବୀନ ଉପରେ ଫୁଲ ବର୍ଷା ହେଉଥିବା ଦେଖିବକୁ ମିଳିଥିଲା . ହଜାର ହଜାର ଲୋକଙ୍କୁ ନବୀନଙ୍କୁ ଦାବି ପତ୍ର ଦେବା ପାଇଁ ସେଠାକୁ ଆସିଥିଲେ .

ତେବେ ଏହାକୁ ଦେଖିବା ପରେ ଲୋକେ କହୁଛନ୍ତି ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଚେୟାର ଖାଲି ପୁଡ଼ୁଥିବା ଦୃଶ୍ୟ ସାମ୍ନାକୁ ଆସୁଛି . ଅନ୍ୟ ପଟେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଙ୍କ ଗସ୍ତରେ ଜନ ସମୁଦ୍ର ସୃଷ୍ଟି ହେଉଛି .ତେବେ ନବୀନ ପଟ୍ଟନାୟକ ଗଞାମ ଜିଲ୍ଲା ଗସ୍ତରେ ଆସି ଆସିକା ,ହିଞିଳି କାଟୁ ,କବିସୂର୍ଯ୍ୟନଗର ପରେ ଖଲ୍ଲିକୋଟ ବ୍ଲକର ମଥୁରା ପଂଚାୟତର ଚାଷ ଜମି ବୁଲି ଦେଖିଥିଲେ .ସିଧାସଳଖ ଚାଷୀଙ୍କ ସହ କଥା ହୋଇ ଫସଲର କ୍ଷୟକ୍ଷତିର ଆକଳନ କରି ଯଥା ଶିଘ୍ର ଚାଷୀଙ୍କୁ କ୍ଷତି ପୂରଣ ଦେବା ପାଇଁ ଦାବି କରିବେ ବୋଲି କହିଥିଲେ .

author

Related Articles

Leave a Reply

Your email address will not be published. Required fields are marked *