ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ମେଧାବୀ ଛାତ୍ରୀ । ଜବାହାର ନବୋଦୟ ପ୍ରବେଶିକା ପରୀକ୍ଷାରେ ବିଭ୍ରାଟ ହୋଇଛି । ଓଡିଆ ପରୀକ୍ଷାର୍ଥୀଙ୍କୁ ଦିଆଗଲା ତେଲୁଗୁ ପ୍ରଶ୍ନପତ୍ର । କେନ୍ଦୁଝର ଜିଲ୍ଲା ତେଲକାଇ ବ୍ଲକରୁ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ଶିକ୍ଷା ବିଭାଗର ଏପରି ଦାୟିତ୍ୱହୀନତା ପାଇଁ ନବୋଦୟ ପ୍ରବେଶିକା ପରୀକ୍ଷା ଦେଇ ପାରିନାହାନ୍ତି ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାଶ । ସୂଚନା ଅନୁଯାୟୀ ପ୍ରିୟକାଙ୍କ ଆଡମିଟ କାର୍ଡରେ କାଟାଗୋରୀ ଜେନେରାଲ ବଦଳରେ ଓବିସି ଲେଖା ରହିଛି । ସେହିପରି ପରୀକ୍ଷା ଭାଷା ଓଡିଆ ବଦଳରେ ତେଲଗୁ ଲେଖା ରହିଛି । ତେଲକୋଇ ବ୍ଲକରେ ମୋଟ ୩୦୬ ଜଣ ପରୀକ୍ଷାର୍ଥୀ ୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । କିନ୍ତୁ ପ୍ରିୟଙ୍କାଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଉପୁଜିଥିଲା ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025