ଶିକ୍ଷା ବିଭାଗ ର ଧୀର ପାଣି ପଥର କlଟେ ନୀତି l

ଶିକ୍ଷା ବିଭାଗ ର ଧୀର ପାଣି ପଥର କlଟେ ନୀତି l

Boudh:

ଜାଲ ସାର୍ଟଫିକେଟ ଦେଈ ଚାକିରୀ କରିବା କ୍ଷେତ୍ରରେ ବୌଦ୍ଧ ଜିଲ୍ଲା ମଧ୍ୟ ପଛରେ ପଡ଼ିନାହିଁ l ଏହି ଚେର ଏବେ ସାରା ରାଜ୍ୟକୁ ଲମ୍ବିଛି l ପଡୋଶୀ ଜିଲ୍ଲା ବଲାଙ୍ଗୀର ଠାରେ ନକଲି ପ୍ରମାଣପତ୍ର ରାକେଟ ପର୍ଦ୍ଦାଫlସ ହେବା ପରେ ଅଭିଯୋଗ ଆହୁରି ଘନୀଭୂତ ହେବାରେ ଲାଗିଛି l ବୌଦ୍ଧ ଶିକ୍ଷା ବିଭାଗ ବର୍ଷକୁ କେତୋଟି ନକଲି ଶିକ୍ଷକ ଙ୍କୁ ବାହାର କରି ହlତବlନ୍ଧି ଚୁପ୍ ବସିପଡୁଛି l ନା ଅଛି କିଛି ପଦକ୍ଷେପ ନା କାର୍ଯାନୁଷ୍ଠାନ? ନିଯୁକ୍ତି ସମୟରେ ସମସ୍ତ ପ୍ରମାଣପତ୍ର କୁ ତନ୍ନ ତନ୍ନ ଯାଞ୍ଚ କରି ନିଯୁକ୍ତି ଦିଆଯାଇଛି l ହେଲେ ଏତେ ସଂଖ୍ୟକ ନକଲି ଶିକ୍ଷକ ବାହାରିବା ନିଯୁକ୍ତି ପ୍ରକ୍ରିୟାକୁ ଖାମଖିଆଲି ମଣୁ ନାହିଁ କି?ପୁଣି ସରକାର ୬ ବର୍ଷ କୁ ଚାକିରୀ କ୍ଷେତ୍ରରେ ଗଣୁ ନ ଥିବା ବେଳେ ପ୍ରତିବର୍ଷ ଅର୍ଥାତ ବର୍ଷକୁ ବର୍ଷ ଶିକ୍ଷା ସହାୟକ ଶିକ୍ଷକଙ୍କର certificate ଯାଞ୍ଚ ହୋଇ ଏଗ୍ରିମେଣ୍ଟ ହୋଇଥାଏ l

ଏତେ ସବୁ ପ୍ରକ୍ରିୟା ଥିଲାବେଳେ ପୁଣି ନକଲି ଶିକ୍ଷକ, ଶିକ୍ଷା ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗପ୍ରତି ଉପହାସ ମନେହେଉ ନାହିଁ ତ l ୨୦୨୧/୨୨/୨୩ ରେ ଜିଲ୍ଲାରେ ୬୮ ଜଣ ନକଲି ଶିକ୍ଷକ ଚିହ୍ନଟ ହୋଇଥିବାବେଳେ ସଂଖ୍ୟା ଆହୁରି ବଢିପାରେ ବୋଲି ମତପ୍ରକାଶ ପାଉଛି l ଖାଲି ଶିକ୍ଷା ସହାୟକ ନୁହନ୍ତି ବରଂ ଜିଲ୍ଲାରେ ଥିବା ବହୁ ଉଚ୍ଚ ବିଦ୍ୟାଳୟ ରେ ମଧ୍ୟ ବାହାର ରାଜ୍ୟରୁ certificate ଆଣି କାର୍ଯ୍ୟ କରୁଥିବା ଶିକ୍ଷକ ଙ୍କର ସାର୍ଟିଫିକେଟଗୁଡ଼ିକୁ ସଠିକ୍ ଭାବରେ ଯାଞ୍ଚ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଇଛି l ଏବେ ଜିଲ୍ଲାରେ ନକଲି ଅଙ୍ଗନୱାଡ଼ି ଦିଦି ଜାଲ ପ୍ରମାଣପତ୍ର ଦେଇ ଚାକିରୀ କରିବା ଚର୍ଚ୍ଚାର ବିଷୟ ହୋଇଛି l ରାଜ୍ୟରେ ନକଲି ଶିକ୍ଷକ ଙ୍କୁ ଧରିବା ପାଇଁ SOP ଜାରି ହୋଇଛି l ୪୮ଘଣ୍ଟା ମଧ୍ୟରେ ନକଲି ଶିକ୍ଷକ ଚିହ୍ନଟ କରିବାକୁ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି l ଏକ ଉଚ୍ଚସ୍ତରୀୟ ତଦନ୍ତ ହେଲେ ସବୁ ନକଲି ପ୍ରମାଣପତ୍ର ର ପର୍ଦ୍ଦାଫାସ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି l

author

Related Articles

Leave a Reply

Your email address will not be published. Required fields are marked *