ବୌଦ୍ଧ:
ନକଲି ଶିକ୍ଷକ କଥା କୁହନ୍ତୁ ବା ଶିକ୍ଷକ ପଦୋନ୍ନତି କଥା କୁହନ୍ତୁ ଏବେ ବୌଦ୍ଧ ଜ଼ିଲ୍ଲା ଶିକ୍ଷା ବିଭାଗ ଖୁବ ଚର୍ଚ୍ଚାରେ l ବୌଦ୍ଧ ଜିଲ୍ଲl ରେ କିଛି ଦିନ ତଳେ ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ଛଅ ଜଣ ନକଲି ଶିକ୍ଷକ ଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିଲା l ଏ ଘଟଣା ମନରୁ ନ ଲିଭୁଣୁ ପୁଣି ଆଉ ଜଣେ ଜାଲ ପ୍ରମାଣ ପତ୍ର ଦେଇ ଚାକିରୀ ହାତେଇଥିବା ନକଲି ଶିକ୍ଷୟିତ୍ରୀ ଙ୍କ କଳା କାରନାମା ସାମ୍ନାକୁ ଆସିଛି l ପ୍ରାପ୍ତ ସୂଚନା ମତେ ବୌଦ୍ଧ ବ୍ଲକ ପିଙ୍ଗଲବେଡା ବିଦ୍ୟାଳୟ ର ମିନତୀ ମିଶ୍ର ଙ୍କ ଦ୍ଵାରା ପ୍ରଦତ୍ତ ଓଟିଇଟି ପ୍ରମାଣ ପତ୍ର ନକଲି ବୋଲି ଜଣାପଡିଛି l ତାଙ୍କୁ ବିଭାଗୀୟ ଅଧିକାରୀ କାରଣ ଦର୍ଶାଅ ନୋଟିସ ଜାରି କରିଛି l ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ପ୍ରକୃତ ଯୋଗ୍ୟତା ଥିବା ଛାତ୍ରଛାତ୍ରୀ ଚାକିରୀ ପାଇବାରୁ ବଞ୍ଚିତ ହେଉଥିବା ବେଳେ ନକଲି ପ୍ରମାଣପତ୍ର ଦେଈ 69 ଜଣ ଶିକ୍ଷକ ଦୀର୍ଘ ବର୍ଷ ଚାକିରି କରି ରାଜକୋଷରୁ ଅର୍ଥ ହଡ଼ପ କରି ସାରିଲେଣି l
ତେବେ ଜ଼ିଲ୍ଲା ରେ ଆହୁରି ନକଲି ଶିକ୍ଷକ ଥାଇ ପାରନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି l ଏ ତ ଗଲା ନକଲି ଶିକ୍ଷକ ଙ୍କ କଥା,ଏବେ ଆସିବା ଶିକ୍ଷକଙ୍କ ପଦୋନ୍ନତି କଥା l ସରକାରୀ ପଦୋନ୍ନତି ନିୟମକୁ ବେଖାତିର କରାଯାଇଥିବା ଭଳି ସଂଗୀନ ଅଭିଯୋଗ ହୋଇଛି l ବୌଦ୍ଧ ଜ଼ିଲ୍ଲା ବିଭାଗୀୟ କତୃପକ୍ଷ ଙ୍କ ଦ୍ଵାରା ବାହାରି ଥିବା ପଦୋନ୍ନତି ତାଲିକା ସହ ସରକାରଙ୍କ ପଦୋନ୍ନତିର ନିୟମ ମଧ୍ୟ୍ୟରେ ଉଚିତ ତାଳ ମେଳ ରହୁ ନଥିବାରୁ ଏହା କିପରି ଓ କେଉଁ ଆଧାରରେ ହୋଇଛି ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି,ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଜନସାଧାରଣରେ ତଥା ଶିକ୍ଷକ ମହଲରେ ଦାବୀ ହେଉଛି l