ରାଜଧାନୀର ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆୟୋଜନ ହେଇଛି ଶିଶିର ସରସ ମେଳା 2024 । ଶାତରାତିରେ ଶିଶିର ସରସ ମେଳାର ମଜା ନେଉଛନ୍ତି ରାଜଧାନୀବାସୀ । ଶିସିର ସରସ ମେଳାରେ ପାଖାପାଖି ଚାରି ଶହ ଷ୍ଟଲ ଲାଗିଛି । ତା ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ମଧ୍ୟ ନେଉଛନ୍ତି ଲୋକମାନେ । ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଲୋକଙ୍କର ଏଠାରେ ଗହଳି ଜମୁଛି । କନ୍ଧମାଳ ହଳଦୀ,ଅଦା ଆଉ ଝୁଣାର ଅଧିକ ଚାହିଦା ରହିଥିବା ବେଳେ ନବରଙ୍ଗପୁର ଓ କୋରାପୁଟ ଅଞ୍ଚଳର ଅଳଙ୍କାର,ୟୁପିର ଲୁହା ଜିନିଷ ପାଇଁ ମଧ୍ୟ ଦୋକାନରେ ଭିଡ ଲାଗୁଛି । ବିଭିନ୍ନ ରାଜ୍ୟରୁ ବ୍ୟବସାୟୀମାନେ ଏଠାରେ ଷ୍ଟଲ ଲଗାଇଛନ୍ତି ।

You can share this post!
author
Related Articles
ମୋହନ ବାଣ୍ଟିବେ ଭୋଜି ଖାଇବାକୁ ଯିବେ ନବୀନ !
- May 30, 2025
ଗଡିବନି ନବୀନଙ୍କ ବସ୍ ମୋହନ ହେବେ ନାକେଦମ୍ !
- May 30, 2025