ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ମହୁଲପାଳ
ସ୍ଥିତ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟରେ
ସ୍ୱେଚ୍ଛାସେବୀ ସଂଗଠନ ଆଇନା ପକ୍ଷରୁ ୨୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଶନିବାର ଦିନ ଶିଶୁ ସମ୍ମେଳନ ଓ ସମ୍ମାନିତ ସମାରୋହ ଧୁମଧାମରେ ଆୟୋଜିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ସାହୁ ସମ୍ମାନିତ ଅତିଥି ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଝରଣା ସାମଲ ଉପସ୍ଥିତ ରହି ଆଇନା ଦ୍ୱାରା ଆୟୋଜିତ ଶିଶୁମେଳାର ଉଦ୍ଦେଶ୍ୟକୁ ପ୍ରଂଶସା କରିବା ସହ ଶିଶୁ ମାନଙ୍କୁ ଉତ୍ତମ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ ।
ଆଇନାର ସମ୍ପାଦିକା ଶ୍ରୀମତୀ ସ୍ନେହ ମିଶ୍ର କାର୍ଯ୍ୟକ୍ରମକୁ ନେଇ ନିଜର ଖୁସି ବ୍ୟକ୍ତ କରିବା ସହ ଅନୁଷ୍ଠାନର ୨୫ ବର୍ଷର ଯାତ୍ରା ସମ୍ପର୍କିତ ସ୍ମୃତି ବଖାଣିଥିଲେ । ଏହା ସହିତ ନୂତନ ସମାଜ ଗଠନ ଦିଗରେ ଶିଶୁ ମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଅନ୍ୟ ଅତିଥିଙ୍କ ମଧ୍ୟରେ ବ୍ଲକ ଚେୟାରମ୍ୟାନ ପ୍ରେମାନନ୍ଦ ସାହୁ, ବ୍ଲକ ସାମାଜିକ ସୁରାକ୍ଷା ଅଧିକାରୀ (ବିଏସଏସଓ) ସିଦ୍ଧାର୍ଥ କଅଁର, ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟର ଆଲୁମିନି ଅଧ୍ୟକ୍ଷ ତଥା ସମିତି ସଭ୍ୟ ସୁଶାନ୍ତ ପଟ୍ଟନାୟକ ଏବଂ ଉକ୍ତ ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶୁଭଶ୍ରୀ ସାହୁ ପ୍ରମୁଖ ରହି ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ ।
ସମାଜସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ କାମାକ୍ଷାନଗର କଲେଜର ଅଧ୍ୟାପକ ଜ୍ଞାନରଂଜନ ମିଶ୍ର, କାମାକ୍ଷାନଗର ବ୍ଲକ ଚେୟାରମ୍ୟାନ ପ୍ରେମାନନ୍ଦ ସାହୁ, ନାରୀନେତ୍ରୀ ଉର୍ବଶୀ ସ୍ୱାଇଁ ଏବଂ ସମାଜସେବୀ ରିଙ୍କୁ ରାଉତଙ୍କୁ ସମ୍ମାନିତ କରାଯାଇଥିଲା ।
କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗରେ ବିଦ୍ୟାଳୟ ପରିସରରେ ଶିଶୁ ମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ପାଇଁ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ବିଷୟରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ସେଥିରେ ଆଇନାର ପ୍ରୋଗ୍ରାମ ନିର୍ଦ୍ଦେଶକ ଦିଲ୍ଲୀପ ବିଶ୍ୱାଳ କାର୍ଯ୍ୟକ୍ରମର ସଂଚାଳନ କରିଥିବା ବେଳେ ବିଶାରଦ ଦଳର ସଭ୍ୟ ଭାବେ ବ୍ଲକ ଶିକ୍ଷା ଅଧିକାରୀ ସରୋଜ ସାହୁ, ଅଧ୍ୟାପକ ଜ୍ଞାନରଂଜନ ମିଶ୍ର, ସମାଜସେବୀ ସଂତପ କୁମାର ପଣ୍ଡା, ଉକ୍ତ ବିଦ୍ୟାଳୟର ଛାତ୍ରୀ ଇପଶିତା ପ୍ରିୟଦର୍ଶନୀ ରାଉତ ଉପସ୍ଥିତ ଥିଲେ ।
ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମର ସଂଚାଳନ ଆଇନାର ମିଡିଆ ସଂଯୋଜକ ପଲ୍ଲିଶ୍ରୀ ସେଣ୍ଢ କରିଥିବା ବେଳେ ଧନ୍ୟବାଦ ଜ୍ଞାପନ ଲଳିତ ମୋହନ ସେଠୀ କରିଥିଲେ ।
