ଶୁଖିଗଲା ମୋହନଙ୍କ ମୁହଁ ହସି ଗଡିଲେ ନବୀନ !

ଶୁଖିଗଲା ମୋହନଙ୍କ ମୁହଁ ହସି ଗଡିଲେ ନବୀନ !

ବିଜେଡିର ହେଲା ପୁର୍ନବିନ୍ୟାସ ପଛରେ ପଡିଲେ ଭକ୍ତ-ମୋହନ
ମଇଦାନରେ ନବୀନଙ୍କ ଟିମ୍ କୁଆଡେ ଗଲେ ମୋହନ ?
ବସିକି ଦେଖୁଛନ୍ତି ନବୀନ ଅଗ୍ନି ପରୀକ୍ଷା ଦେଉଛନ୍ତି ଭକ୍ତ-ମୋହନ

ହଁ ଦର୍ଶକବନ୍ଧୁ ତିନି ରାଜନୈତିକ ଦଳମାନଙ୍କର ଆରମ୍ଭ ହୋଇଯାଇଛି ନବକଳେବର ପ୍ରକ୍ରିୟା । ଖୁବଶୀଘ୍ର ବିଜେଡି ଓ ବିଜେପି କଂଗ୍ରେସ ନୂଆ ଟିମ ନେଇ ମଇଦାନକୁ ଓହ୍ଲାଇବେ । ସେହିପରି ଉଭୟ ବିଜେଡି ଓ କଂଗ୍ରେସ ନିଜର ସଭାପତିଙ୍କ ନାମ ଘୋଷଣା କରିସାରିଛନ୍ତି । ଅଢେଇ ମାସ ତଳେ ଭକ୍ତ ଚରଣ ଦାସଙ୍କ ହାତରେ ପିସିସିର ଭାର ଦେଇଥିଲେ ଏଆଇସିସି । ଯଦିଓ ଭକ୍ତଙ୍କ ନେତୃତ୍ୱରେ କଂଗ୍ରେସ ସକ୍ରିୟ ହୋଇଉଠିଛି କିନ୍ତୁ ଏପର୍ଯ୍ୟନ୍ତ ଭକ୍ତ ନିଜର ଟିମ ଗଠନ କରିପାରିନାହନ୍ତି । ସେହିପରି ଗତ 19 ତାରିଖରେ ବିଜେଡିର ନବମ ଥର ପାଇଁ ସଭାପତି ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ସଭାପତି ହେବା ପରେ ଏବେ ସଭିଙ୍କ ନଜର ନବୀନଙ୍କ ନୂଆ ଟିମ ଉପରେ ।

ସେହିପରି ଯଦି ଭାରତୀୟ ଜନତା ପାର୍ଟି ସରକାର ଉପରେ ନଜର ପକାଇବା କିଏ ହେବ ବିଜେପିର ଆଗାମୀ ରାଜ୍ୟ ସଭାପତି ? ସଭାପତି ଆସନରେ ମନମୋହନ ସାମଲ ରହିବେ ନାଁ ଆଉ କାହାକୁ ଦାୟିତ୍ୱ ଦେବେ ବିଜେପି ହାଇକମାଣ୍ଡ ସେ ଅଙ୍କ ଆଜି ପର୍ଯ୍ୟନ୍ତ ଛିଣ୍ଡି ପାରୁନାହିଁ । ସଭାପତି ଘୋଷଣା ପରେ ମଧ୍ୟ ରାଜ୍ୟ ବିଜେପିର ସଙ୍ଗଠନ ଅଦଳବଦଳ ହେବ । ଅର୍ଥାତ ଯଦି କହିବା ତିନି ରାଜନୈତିକ ଦଳମାନଙ୍କର ନବକଳେବର ହେବାକୁ ଯାଉଛି । ଏବେ ପୁରୁଣା ସଙ୍ଗଠନ ନୁହେଁ ବରଂ ଦଳର ନେତୃତ୍ୱ ଏବେ ନୂଆ ସଙ୍ଗଠନ ମାନେ ।

ଫେବୃୟାରୀ ମାସରୁ ଭକ୍ତ ଦାସ ପିସି ସଭାପତି ଦାୟିତ୍ୱ ନେଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ନିଜର ନୂଆ ଟିମ ଗଠନ କରିପାରୁନାହାନ୍ତି । ସେହିପରି ନବୀନ ମଧ୍ୟ ଦାୟିତ୍ୱ ନେବା ପରେ ନିଜର ନୂଆ ଟିମ ଗଠନକୁ ଧ୍ୟାନରେ ରଖିଛନ୍ତି । ହେଲେ ରାଜ୍ୟରେ ନିଜକୁ ସର୍ବବୃହତ ଦଳ କହିବୋଲାଉଥିବା ଭାରତୀୟ ଜନତା ପାର୍ଟିର ସଙ୍ଗଠନ ଏବେ ପଛରେ ପଡିଯାଇଛି । ଶାସନକୁ ଆସିବା ପରଠାରୁ ସରକାରଙ୍କ ପାଇଁ ନୂଆ ଆହ୍ୱାନ ପାଲଟିଛି । ସରକାରଙ୍କ ସଫଳତାକୁ ସାଧାରଣ ଲୋକଙ୍କ ଆଗରେ ପହଞ୍ଚାଇବାକୁ ହେବ । କିନ୍ତୁ ଏସବୁରେ ପଛରେ ପଡିଯାଇଛି ରାଜ୍ୟ ବିଜେପି ।

କଂଗ୍ରେସ ପରେ ବିଜେଡି ନିଜର ମୁଖିଆ ଖୋଜି ପାଇଛି ଏବଂ ନିଜର ରାଜ୍ୟ ସ୍ତରୀୟ କମିଟି ଗଠନ କରିବା ଆରମ୍ଭ ହୋଇଯାଇଛି କିନ୍ତୁ ଭାରତୀୟ ଜନତା ପାର୍ଟିର କନ୍ଦଳ ଏବେ ପର୍ଯ୍ୟନ୍ତ ତୁଟୁନାହିଁ । ତେବେ ଦେଖିବାକୁ ବାକି ରହିଲା କେବେ ନିଜର ଟିମ ଗଢିବାରେ ସକସେସ ହେଉଛନ୍ତି ଦୁଇ ମୋହନ ।

author

Related Articles

Leave a Reply

Your email address will not be published. Required fields are marked *