ଆଉ କେବେ ମିଳିବ ଚିଟଫଣ୍ଡ ଠକେଇ ଟଙ୍କା । ସରକାରକୁ ଆସିବାର୬ ମାସ ପରେ ବି ଏଯାଏଁ ହୋଇନି କି ବିଜେପିର ୨୪ ଘଣ୍ଟା । ଗତ ନିର୍ବାଚନରେ ସରକାରକୁ ଆସିବା ପୂର୍ବରୁ ବିଜେପି ଯେଉଁ ସବୁ ବଡ ବଡ ଘୋଷଣା କରିଥିଲା ସେଥିରୁ ଗୋଟିଏ ଥିଲା ୨୪ ଘଣ୍ଟା ମଧ୍ୟରେ ଚିଟଫଣ୍ଡ ଟଙ୍କା ଫେରସ୍ତ । ଖୋଦ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଯଦି ବିଜେପି ସରକାରକୁ ଆସେ ତେବେ ୨୪ ଘଣ୍ଟା ମଧ୍ୟରେ ଅର୍ଡିନାନ୍ସ କରି ଚିଟଫଣ୍ଡ ଟଙ୍କା ଫେରାଇବା ନେଇ ଘୋଷଣା କରିଥିଲେ । କିନ୍ତୁ ସରକାରକୁ ଆସିବାର ୬ ମାସ ପରେ ବି ତାହା ହୋଇପାରିଲା ନାହିଁ । ନା ଏ ଦିଗରେ କିଛି ଦୃଷ୍ଟାନ୍ତ ମୂଳକ ପଦ କ୍ଷେପ ନିଆଯାଉଥିବା କୌଣସି ନେତା ମନ୍ତ୍ରୀ ବୟାନ ଦେଉଥିବା ସୂଚନା ମିଳୁଛିା ଯାହାକୁ ନେଇ ଅନ୍ୟ ପ୍ରତିଶୃୃତି ଭଳି ଏ ପ୍ରତିଶୃତି ମଧ୍ୟ ପାଣିର ଗାର ସାଜିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

You can share this post!
author