ଶୁଭେଚ୍ଛା ଜଣାଇଲେ ଯବାନଙ୍କୁ କଲ୍ କଲେ ନବୀନ !

ଶୁଭେଚ୍ଛା ଜଣାଇଲେ ଯବାନଙ୍କୁ କଲ୍ କଲେ ନବୀନ !

ନିରୀହ ଲୋକଙ୍କୁ ପାକିସ୍ତାନ ମାରିଥିଲା ଏବଂ ଭାରତ ଏହାର ପ୍ରତିଶୋଧ ନେଇଛି । ସଫଳ ହୋଇଛି ଭାରତୀୟ ସେନାର ଅପରେସନ ସିନ୍ଦୂର । ନିରୀହ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ସେଦିନ ଥିଲା ମଙ୍ଗଳବାର ପହଲଗାମ ପାହାଡ ଉପରେ ବର୍ବରକାଣ୍ଡ ଘଠାଇଥିଲେ ଆତଙ୍କବାଦୀ ଆଉ ଠିକ୍ 14 ଦିନ ପରେ ମଙ୍ଗଳବାର ରାତିରେ ଶତ୍ରୁଦେଶ ପାକିସ୍ତାନରେ ପଶିଥିଲେ ଭାରତର ଲଢୁଆ ବିମାନ । ଧ୍ୱଂସ ହୋଇଯାଇଥିଲା ପାକିସ୍ତାନ ଓ ପିଓକେର ଆତଙ୍କୀ ଆଡ୍ଡା । ଏହାପରେ ସମସ୍ତ ମହଲରୁ ଭାରତୀୟ ସେନାଙ୍କୁ ପ୍ରଂଶସାର ସୁଅ ଛୁଟୁଛି ।

ସେହି କ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଭାରତୀୟ ସେନାବାହୀନିକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ଏହି ସଫଳ ଏୟାର ଷ୍ଟ୍ରାଇକକୁ ନେଇ ପ୍ରଧାନମନ୍ତ୍ରୀ,ପ୍ରତିରକ୍ଷା ମନ୍ତ୍ରୀ,ପ୍ରତିରକ୍ଷା ସଚିବ ସମସ୍ତଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦୀଙ୍କୁ ପାତାଳରୁ ବାହାର କରି ମାରିବା ପାଇଁ ଆହ୍ୱାନ ଦେଇଥିଲେ ଆଜି ତାହା ହିଁ ହୋଇଛି । ଆମ ସଂସ୍କୃତିରେ ‘ସିନ୍ଦୂର’କେବଳ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ। ଏହି ଭାବନା ଆମ ସୈନିକମାନଙ୍କ ମନରେ ମଧ୍ୟ ରହିଛି। ସେନାର ଅଦମ୍ୟ ସାହସ ଏବଂ ଦମ୍ଭକୁ ସବୁ କ୍ଷେତ୍ରରୁ ପ୍ରସଂଶା କରାଯାଉଛି । ସେନାର ବିଜୟକୁ ଭାରତର ବିଜୟ ବୋଲି କୁହାଯାଉଛି ।

ଭାରତୀୟ ସେନା ସହ ପୂରା ଭାରତ ଛିଡା ହୋଇଛି । ଏପରି ପରି କହି ସମସ୍ତ ରାଜନେତା, ସେଲିବ୍ରିଟି ତଥା ଭାରତର ସବୁ କୋଣ ଅନୁକୋଣରୁ ପ୍ରଶଂସାର ସୁଅ ଛୁଟିଛି । ଅନେକ ସ୍ଥାନରେ ଏହି ସଫଳ ଅପରେସନକୁ ସେଲିବ୍ରେଶନ ମଧ୍ୟ କରାଯାଉଛି । ଓଡିଶାର ଅନେକ ରାଜନେତା ମଧ୍ୟ ସେନାର ସାହାସକୁ ପ୍ରଶଂସା କରିଛନ୍ତି । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, “ଭାରତୀୟ ସେନା ଆତଙ୍କବାଦୀଙ୍କ ବିରୁଦ୍ଧରେ ଅଭିଯାନରେ ସଫଳତା ହାସଲ କରିଛନ୍ତି । ମୁଁ ସେମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି” ଏବଂ କେନ୍ଦ୍ର ତରଫରୁ ଡକାଯାଇଥିବା ସର୍ବଦଳୀୟ ବୈଠକକୁ ମଧ୍ୟ ସମର୍ଥନ ଜଣାଇବା କଥା ନିଜ ପ୍ରତିକ୍ରିୟାରେ କହିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ।

author

Related Articles

Leave a Reply

Your email address will not be published. Required fields are marked *