ଶେରଗଡକୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଶେରଗଡକୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଗସ୍ତ କରି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲାର ଶେରଗଡ ଗ୍ରାମପଞ୍ଚାୟତକୁ ଏନଏସି ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ବିକାଶ କ୍ଷେତ୍ରରେ ହିଞ୍ଜିଳି ଶେରଗଡ ଦେଶର ଶ୍ରେଷ୍ଠ ବ୍ଲକ ଭାବେ ନୂତନ ପରିଚୟ ହାସଲ କରିଛି । ହିଞ୍ଜିଳି ଶେରଗଡର ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ଓ ଜମିକୁ ଜଳସେଚନ କରାଯାଉଛି । ଆପଣଙ୍କ ଆଶୀର୍ବାଦ ମୋତେ ଓଡ଼ିଶାର ସେବା କରିବାକୁ ଶକ୍ତି ଓ ସୁଯୋଗ ଦେଇଛି । ସେଥିପାଇଁ ମୁଁ ସବୁବେଳେ ହିଞ୍ଜିଳି ଶେରଗଡବାସୀଙ୍କ ପାଖରେ ଋଣୀ । ଏହାସହ ଶେରଗଡ ନିର୍ବାଚନମଣ୍ଡଳୀରେ ୩୦୦ କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

author

Related Articles

Leave a Reply

Your email address will not be published. Required fields are marked *