ଭାରତୀୟ ରିଜର୍ଭ ବ୍ୟାଙ୍କର ପଦକ୍ଷେପ ପରେ ଅନଲାଇନ୍ ପେମେଣ୍ଟ ପ୍ଲାଟଫର୍ମ ପେଟିଏମର ଅବସ୍ଥା ଶୋଚନୀୟ ହୋଇପଡିଲାଣି । କମ୍ପାନୀର ସମସ୍ୟା କମିବା ବଦଳରେ ଗୁରୁତର ହେବାରେ ଲାଗିଛି । ସିଏଆଇଟି ପକ୍ଷରୁ ବ୍ୟବସାୟୀଙ୍କୁ ଆଲର୍ଟ କରିଛନ୍ତି ଏହାର ରାଷ୍ଟ୍ରୀୟ ସଚିବ । ବ୍ୟବସାୟୀକ ନେଣଦେଣ ପାଇଁ ପେଟିଏମ ନୁହେଁ ବରଂ ଅନ୍ୟ କୌଣସି ପ୍ଲାଟଫର୍ମକୁ ବ୍ୟବହାର କରିବାକୁ ଦେଶର ନାଗରିକ ତଥା ଛୋଟ ବଡ ବ୍ୟବସାୟୀଙ୍କୁ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, ପେଟିଏମ ଉପରେ ରିଜର୍ଭ ବ୍ୟାଙ୍କ ବ୍ୟାନ୍ ଲଗାଇବା ପରେ ବ୍ୟବସାୟୀମାନେ ନିଜ ଅର୍ଥକୁ ସୁରକ୍ଷିତ ରଖିବାକୁ ଅନ୍ୟ ପ୍ଲାଟଫର୍ମକୁ ସିଫ୍ଟ କରିବା ଉଚିତ ।

You can share this post!
author