ଆନନ୍ଦପୁର:କେନ୍ଦୁଝର
ଆଜି ଅନ୍ତରଜାତୀୟ ଶ୍ରମିକ ଦିବସ ଅବସରରେ କେନ୍ଦୁଝର ଜିଲ୍ଲା ବିଦ୍ୟୁତ କର୍ମଚାରୀ ସଂଘ ତରଫରୁ ଆନନ୍ଦପୁର ବିଦ୍ୟୁତ ବିଭାଗ ସ୍ଥିତ ଜିଲ୍ଲା କର୍ମଚାରୀ ସଂଘ କାର୍ଯ୍ୟଳୟ ନିକଟରେ ଏକ ବିଶାଳ ସମାବେଶ ସଂଘ ସାଧାରଣ ସମ୍ପାଦକ ରାଜେଶ କୁମାର ଦାଶଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା, ସକାଳ ଆଠ ଘଟିକା ସମୟରେ ସଂଘର ସାଧାରଣ ସମ୍ପାଦକ ପତାକା ଉତ୍ତୋଳନ କରିଥିଲେ ଏବଂ ଉପସ୍ଥିତ କର୍ମଚାରୀ ମାନଙ୍କ ଏକତା ପାଇଁ ଶପଥ ଗ୍ରହଣ କରାଇ ଥିଲେ, ଶ୍ରମିକ ଦିବସର ଉତ୍ପତି ଶ୍ରମିକ ଦିବସ ପାଳନ ର ଉଦେଶ୍ୟ ବିଷୟରେ ସାଧାରଣ ସମ୍ପାଦକ ଶ୍ରୀ ଦାଶ ଆଲୋକ ପାତ କରିଥିଲେ, ଏହି ସମାବେଶ ରେ ଉପସ୍ଥିତ ସମସ୍ତ ରେଗୁଲାର ଏବଂ ଆଉଟ ସୋର୍ଷ କର୍ମଚାରୀ ମାନଙ୍କୁ ସୁରକ୍ଷାର ସହିତ କାମ କରିବାପାଇଁ ଏବଂ ଶ୍ରମିକ ମାନଙ୍କ ଅଧିକାର ସମ୍ପର୍କରେ ସଂଘର ଯୁଗ୍ମ ସମ୍ପାଦକ ଶ୍ରୀ ନୀଳକଣ୍ଠ ସାହୁ ପରାମର୍ଶ ଦେଇଥିଲେ, ଏହି ଅବସରରେ ସଂଘ ର ଉପ ସଭାପତି ଶ୍ରୀ ସୁବ୍ରତ ଶର୍ମା, ଯୁଗ୍ମ ସମ୍ପାଦକ ନୀଳକଣ୍ଠ ସାହୁ, କୋଷାଧକ୍ଷ ସୁନୀଲ କୁମାର ନାୟକ, ଉପଦେଷ୍ଟା ଶ୍ରୀ ମାଧବ ଜେନା,ସଂଗଠନ ସମ୍ପାଦକ ଗୌରାଙ୍ଗ ମିଶ୍ର, ରଞ୍ଜନ ମହାପାତ୍ର, ରାଖେଲ ମହାନ୍ତି, ପ୍ରଶାନ୍ତ ଦାଶ, ରାକେଶ ମହାପାତ୍ର, ସଞ୍ଜୟ ବଳ ସାମନ୍ତ, ତପନ ସାହୁ,ପ୍ରମୁଖ ଉପସ୍ଥିତ ରହି ସମାବେଶ କୁ ସଫଳ କରିଥିଲେ