ଶ୍ରୀମନ୍ଦିରକୁ ପଲିଥିନ ଏବଂ ପ୍ଲାଷ୍ଟିକ ମୁକ୍ତ କରିବା ଦିଗରେ ସରକାର

ଶ୍ରୀମନ୍ଦିରକୁ ପଲିଥିନ ଏବଂ ପ୍ଲାଷ୍ଟିକ ମୁକ୍ତ କରିବା ଦିଗରେ ସରକାର

ଓଡିଶା ସରକାରଙ୍କ ପକ୍ଷରୁ ଚାଲିଛି ଶ୍ରୀମନ୍ଦିର ଉନ୍ନତିକରଣ । ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ମୁକ୍ତ ସହ ସହରକୁ ସରସ ସୁନ୍ଦର କରିବାକୁ ଆହ୍ୱାନ ଦିଆଯାଇଛି । ଶ୍ରୀମନ୍ଦିରକୁ ପଲିଥିନ୍ ଏବଂ ପ୍ଲାଷ୍ଟିକ ମୁକ୍ତ କରିବା ଦିଗରେ ଓଡିଶା ସରକାରଙ୍କ ଆଉ ଏକ ପଦକ୍ଷେପ । ମନ୍ଦିର ଭିତରକୁ ଫୁଲ ଏବଂ ଭୋଗ ଆଣିବା ବେଳେ ପଲିଥିନ୍ ଏବଂ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଚାଙ୍ଗୁଡିରେ ଫୁଲ ଏବଂ ଭୋଗ ଆଣିବାକୁ ସମସ୍ତ ନିଯୋଗ ଏବଂ ଶ୍ରଦ୍ଧାଳୁଙ୍କୁ ନିବେଦନ କରାଯାଇଛି । ସୁଆର ମହାସୁଆରଙ୍କୁ ପେପର ବ୍ୟାଗ, କପଡା ବ୍ୟାଗ, ବାଉଁଶରେ ତିଆରି ସାମଗ୍ରୀରେ ତିଆରି ହୋଇଥିବା ଚାଙ୍ଗୁଡି ବ୍ୟବହାର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି । ତାହା ସହିତ ଲୋକଙ୍କୁ ସଚେତନ ହେବା ପାଇଁ କୁହାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *