ଶ୍ରୀମନ୍ଦିରରେ ପଡିଲା ରକ୍ତଛିଟା । ମହାପ୍ରଭୁଙ୍କର ହେଲା ମହାସ୍ନାନ । ସୋମବାର ପୁରୀ ଶ୍ରୀମନ୍ଦିରର ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ତେବେ ସୂଚନା ଅନୁସାରେ, ଜଣେ ପୋଲିସ କର୍ମଚାରୀଙ୍କ ଗୋଡରେ କାଠ ବାଜିବାରୁ ଶ୍ରୀମନ୍ଦିରରେ ରକ୍ତଛିଟା ପଡିଥିଲା । ତେବେ ଏହା ପରେ ବିଧି ଅନୁସାରେ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି । ଏବଂ ଏହି ସମୟରେ ୧ ଘଣ୍ଟା ଦର୍ଶନ ବନ୍ଦ ଥିବା ବେଳେ ନୀତି ଅନୁଷ୍ଠିତ ହେବା ପରେ ଦର୍ଶନ ପୁଣି ଥରେ ସ୍ୱାଭାବିକ ହୋଇଥିବା କୁହାଯାଉଛି ।

You can share this post!
author