ଅଶାଳୀନ ପୋଷାକ ପରିଧାନ କଟକଣା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେଚତନତା ଆରମ୍ଭ ହୋଇଛି । ଯାହାକୁ ନେଇ ଦେଖାଦେଇଛି ବିବାଦ । ଯାଞ୍ଚ କରୁଥିବା ସମସ୍ତ କର୍ମଚାରୀମାନେ ପୁରୁଷ । ଏପରି ପରିସ୍ଥିତିରେ ମହିଳା ଶ୍ରଦ୍ଧାଳୁଙ୍କ ଯାଞ୍ଚକୁ ନେଇ ପ୍ରଶ୍ନ ଉଠିଛି । ଆସନ୍ତାକାଲି ଛତିଶାନିଯୋଗ ବୈଠକରେ ଏନେଇ ଆଲୋଚନା ହୋଇ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି । ସୂଚନା କେନ୍ଦ୍ର ପକ୍ଷରୁ ଡାକବାଜି ଯନ୍ତ୍ର ଜରିଆରେ ବି ଲୋକଙ୍କୁ ସେଚତନ କରାଯାଉଛି । ଛତିଶାନିଯୋଗ ଓ ହୋଟେଲ ସଂଘକୁ ଚିଠି ଲେଖି ସହଯୋଗ ମାଗିଛି ପ୍ରଶାସନ । ଏହାରି ଭିତରେ ମହିଳା ଭକ୍ତଙ୍କୁ ଜେଟିପି ବା ପ୍ରତିହାରୀ ମାନେ କିଭଳି ପୋଷାକ ପରିଧାନ ଉପରେ ମତମନ୍ତବ୍ୟ ଦେବେ ତାକୁ ନେଇ କିଛି ପରିଚାଳନା କମିଟି ସଦସ୍ୟ ଓ ଭକ୍ତ ପ୍ରଶ୍ନ ଉଠାଇଛନ୍ତି । ଯଦି ମହିଳା ପୋଲିସ ବା ଯାଞ୍ଚ ପାଇଁ କୌଣସି ମହିଳାଙ୍କୁ ନିୟୋଜିତ ନକରାଯାଏ ଅପ୍ରୀତିକର ପରିସ୍ଥିତି ଉପୁଜିବ ବୋଲି ଏମାନେ ମତ ଦେଇଛନ୍ତି । ଓଡ଼ିଶାର କୌଣସି ମନ୍ଦିରରେ ଏଯାଏଁ ପୋଷାକ ପରିଧାନ କଟକଣା ନାହିଁ, ଶ୍ରୀମନ୍ଦିରରେ ପ୍ରଥମ ଥର ପାଇଁ ଏହି ନିୟମ ଲାଗୁ ହେବ ଏବଂ ରାଜ୍ୟ ବାହାର ଯେଉଁ ମନ୍ଦିରରେ ଏଭଳି କଟକଣା ଲାଗିଛି ସେଠାରେ ମହିଳା ଭକ୍ତଙ୍କ ପାଇଁ ମହିଳା କର୍ମଚାରୀ ନିଯୁକ୍ତି ଅଛନ୍ତି । ଏଣୁ ମହିଳା କର୍ମଚାରୀ ନିଯୁକ୍ତି ହେବା ଦରକାର ବୋଲି କହିଛନ୍ତି ।

You can share this post!
author
Related Articles
ଆପ ବିଧାୟକଙ୍କ ଏମିତି କାଣ୍ଡ,ନିଜକୁ ବନ୍ଧୁକରେ……
- January 11, 2025
ଆଜି ଜାତୀୟ ପ୍ରେସ୍ ଦିବସ….
- November 16, 2024