ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇଥିଲେ ଏହି ସୁନ୍ଦରୀ

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇଥିଲେ ଏହି ସୁନ୍ଦରୀ

2024 ସେପ୍ଟେମ୍ୱର 27ରେ ପୁରୀ ଆସିଥିଲେ ଜ୍ୟୋତି
କଣ ଉଦ୍ଦେଶ୍ୟ ରଖି ଜଗନ୍ନାଥ ଧାମକୁ ଆସିଥିଲେ ଜ୍ୟୋତି
ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ନା ପାକିସ୍ତାନ ପାଇଁ ଗୁପ୍ତଚର କାମ
ପୁରୀ ଆସିବା ପଛରେ ଜ୍ୟୋତିଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ରହିଥିଲା କି ?

ଭାରତର ୟୁଟ୍ୟବୁର ପାକିସ୍ତାନର ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ଯାହା ବର୍ତ୍ତମାନ ସମୟରେ ଏକ ବଡ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି ଅପରେସନ ସିନ୍ଦୂର ପୂର୍ବରୁ ମଧ୍ୟ ଜ୍ୟୋତି ମଲହୋତ୍ରା ପାକିସ୍ତାନକୁ ବ୍ଲାକଆଉଟ ସୂଚନା ଦେଇଥିଲେ । ପାଞ୍ଚ ଦିନିଆ ରିମାଣ୍ଡରେ ଯାଇଥିବା ଜ୍ୟୋତି ମଲହୋତ୍ରାଙ୍କୁ ଜେରା କରୁଛି ହରିୟାନା ପୋଲିସ । ତେବେ ସବୁଠାରୁ ବଡ କଥା ହେଉଛି କି 2024 ସେପ୍ଟେମ୍ୱରରେ ୟ୍ୟୁଟର ଜ୍ୟୋତି ମଲହୋତ୍ରା ପୁରୀ ଆସିଥିଲେ । ଏବଂ ପୁରୀ ଝିଅ ପ୍ରିୟଙ୍କା ସେନାପତି ଜ୍ୟୋତିଙ୍କୁ ଶ୍ରୀମନ୍ଦିର ଓ ପୁରୀ ବେଳା ଭୂମି ପରି ବିଭିନ୍ନ ସ୍ଥାନକୁ ବୁଲାଇ ନେଇଥିଲେ । ଆଉ ବର୍ତ୍ତମାନ ସମୟରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ଯେ ପୁରୀ ଶ୍ରୀମ୍ନଦିର ଆସିଥିବା ସମୟରେ ୟ୍ୟୁବବର ଜ୍ୟୋତି ମଲହୋତ୍ରା ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଅଟକ ଥିଲେ ଏବଂ ଜ୍ୟୋତିଙ୍କ ବନ୍ଧୁ ପ୍ରିୟଙ୍କାଙ୍କ ଅନୁରୋଧରେ ପୁରୀ ପୋଲିସ ଜ୍ୟୋତିଙ୍କୁ ଛାଡିଥିଲା । ତେବେ ପାକିସ୍ତାନ ପାଖରେ ଗୁପ୍ତଚର କାମ କରି ବନ୍ଧା ହୋଇଥିବା ୟୁଟ୍ୟୁବରଙ୍କର ଗୋଟିଏ ପରେ ଗୋଟିଏ ପେଡି ଖୋଲିବାରେ ଲାଗିଛି । ଖାଲି ସେତିକି ନୁହେଁ ବରଂ ଜ୍ୟୋତି ମଧ୍ୟ ପୁରୀ ଆସି ପ୍ରିୟଙ୍କାଙ୍କ ସହ ଏକାଠି ରହିଥିଲେ । ପୁରୀ ବେଳାଭୂମି ବୁଲିବା ସହ ସେଠାରେ ବି ଭିଡିଓ ଏବଂ ଫଟୋ ଉଠାଇଥିଲେ ଜ୍ୟୋତି । ୨୦୨୪ ସେପ୍ଟେମ୍ବର ୨୭ ତାରିଖରେ ପୁରୀ ବେଳାଭୂମିରେ ବୁଲିବାର କିଛି ଫଟୋ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଛନ୍ତି । ଜ୍ୟୋତି ଯେହେତୁ ପାକିସ୍ତାନ ଆଇଏସ୍‌ଆଇ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଛି, ତେଣୁ ପୁରୀ ଆସିବା ପଛରେ ସେଭଳି କିଛି ମନ୍ଦ ଉଦ୍ଦେଶ୍ୟ ନାହିଁ ତ? ତାହାର ଖୋଳତାଡ଼ ଆରମ୍ଭ ହୋଇଛି । ପୁରୀ ଏସ୍‌ପି କହିଛନ୍ତି, ଏନଆଇଏ ଏଯାଏଁ ପ୍ରିୟଙ୍କାଙ୍କୁ ବାବଦରେ ଜେରା କରିନି । କିନ୍ତୁ ଆଗକୁ ଏନଆଇଏ ସ୍କାନରକୁ ଆସିପାରନ୍ତି ପ୍ରିୟଙ୍କା । ଏବଂ ଆଗକୁ ଜ୍ୟୋତି ମଲହୋତ୍ରାଙ୍କୁ ନେଉ କେଉଁ ସବୁ ତଥ୍ୟ ସାମ୍ନାକୁ ଆସୁଛି ତାହା ଉପରେ ମଧ୍ୟ ନଜର ରହିବ ।

author

Related Articles

Leave a Reply

Your email address will not be published. Required fields are marked *