
ହଁଁ ଦର୍ଶକବନ୍ଧୁ ଆମେ କହୁଛୁ ରାଜଧାନୀ ଭୁବନେଶ୍ୱର ପାଇଁ ଲଢିବେ ୨ଟି ବଡ ଦଳର ନାରୀନେତ୍ରୀ । ବିଜେପିରୁ ଭୁବନେଶ୍ୱର ପାଇଁ ଲଢେଇ କରିଆସିଥିବା ମାଡାମ ଅପରାଜିତା ବନାମ ଓଟିଡିସିର ମୁଖ୍ୟ ଶ୍ରୀମୟୀ ମିଶ୍ରଙ୍କ ମଧ୍ୟରେ ଲଢିଇ ଜୋର ଧରିବ । ଚାରିଆଡେ ସରକାରଙ୍କ ବିରୋଧରେ ଆନ୍ଦୋଳନ ପ୍ରଚାର ଓ ଜନ ପଦଯାତ୍ରା କରୁଥିବା ବିଜେପିର ମାଡାମ ଅପରାଜିତାଙ୍କ ଆଗରେ ଶ୍ରୀମୟୀ କଣ ଟିକି ପାରିବେ ? ତାହା ଏବେ ରାଜନୌତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଲାଣି । ଲୋକଙ୍କର ଅତିପ୍ରୟ ଥିବା ଅପରାଜିତାକୁ ନେଇ ବିଜେପି ଜିତିବାର ସ୍ପଷ୍ଟ ଥିବା ବେଳେ ସାଂସଦ ପାଇଁ ନୂଆ ମୁହଁ ଭାବେ ଶ୍ରୀମୟୀ ଆସିବେ । ଅପରାଜିତାଙ୍କ ପରି ଜଣେ ଟାଣୁଆ ନେତ୍ରୀ ପାଇଁ ବିଜେଡି ତାର ପ୍ଲାନିଂରେ ମହିଳା ଭାବେ ଶ୍ରୀମୟୀ ମିଶ୍ରଙ୍କୁ ଚୟନ କରିବ । ତେବେ ଶ୍ରୀମୟୀ ଓ ସୁଲାତାଙ୍କ ଉପରେ ଗତ କିଛି ଦିନ ତଳେ ମୁଖିଆ ରାଗିଥିବା ବେଳେ ସୁଲାତାଙ୍କୁ ବହିଷ୍କାର କରାଯାଇଥିଲା ।

ହେଲେ ଦଳରେ ରହିଗଲେ ଶ୍ରୀମୟୀ ମିଶ୍ର । ଦଳରେ ରହି ଏମପି ହେବାକୁ ଶ୍ରୀମୟୀଙ୍କ ସ୍ୱପ୍ନକୁ କଣ ମୁଖିଆ ମଂଜୁର କରିବେ ? ଜଣେ ଟାଣୁଆ ନେତ୍ରୀ ଅପରାଜିତାଙ୍କ ସହ ଶ୍ରୀମୟୀଙ୍କୁ ଟିକେଟ ଦେଲେ କଣ ଦଳ ଜିତିପାରିବ ? ଦଳର ବଡ ବଡ ନେତା ମାନେ ଶ୍ରୀମୟୀଙ୍କୁ ଏମପି ପ୍ରାର୍ଥି କରିବାକୁ ମନସ୍ଥ କରିଛନ୍ତି । ମାଡାମ ଅପରାଜିତାଙ୍କ ଲୋକପ୍ରିୟତା ଆଗରେ କଣ ଉଧେଇ ପାରିବେ ଶ୍ରୀମୟୀ । ଶ୍ରୀମୟୀ କେବଳ ବିଜେଡି ନେତାଙ୍କ ପଦଯାତ୍ରାରେ କିମ୍ଭା ବିଭିନ୍ନ ପ୍ରେସମିଟରେ ନିଜର ଆସନ୍ତି । କିନ୍ତୁ ଅପରାଜିତାଙ୍କର ରହିଛି ଅନେକ ଭୋଟର ଯାହାକୁ ଶ୍ରୀମୟୀ କେବେ ବି ଟକ୍କର ଦେଇପାରିବେନି ବୋଲି ହୁଏତ ବିଜେଡି ଚିନ୍ତା କରିଥିବା । ତେବେ ଏବେ ଦେଖିବାକୁ ବାକି ରହିଲା କଣ ମାଡାମ ଅପରାଜିତାଙ୍କ ଆଗରେ ଟିକି ପାରିବେ ଶ୍ରୀମୟୀ ମିଶ୍ର ନାଁ ଶ୍ରୀମୟୀଙ୍କୁ ଆଡେଇ ଅପରାଜିତା ପୁଣି ଭୁବନେଶ୍ୱର ଏମପି ସାଜିବେ …..
ରିର୍ପୋଟ ଡିମ୍ପଲ ସ୍ୱାଇଁ