ଶ୍ରୀମୟୀଙ୍କ ଟୁଇଟ ବଢ଼ାଇଲା ଚର୍ଚ୍ଚା

ଶ୍ରୀମୟୀଙ୍କ ଟୁଇଟ ବଢ଼ାଇଲା ଚର୍ଚ୍ଚା

ସବୁ ଦେଖୁଛନ୍ତି ସବୁ ଶୁଣୁଛନ୍ତି ନବୀନ . ନା କିଛି କରିପାରୁଛନ୍ତି ନା କିଛି କହିପାରୁଛନ୍ତି . ଏବେ ଚାରିଆଡେ ଚର୍ଚ୍ଚା ନବୀନ ଏବେ କେଉଁ ଅବସ୍ଥାରେ ଅଛନ୍ତି ? ତେବେ ଶ୍ରୀମୟୀଙ୍କ ସୋସିଆଲ ମିଡିଆ ପୋଷ୍ଟ କହୁଛି କି ନବୀନଙ୍କ ଏ ଅବସ୍ଥା ? ସବୁ ଦେଖୁଛନ୍ତି ସବୁ ଶୁଣୁଛନ୍ତି ନା ଏବେ ନା ଆଗକୁ କିଛି ବଡ଼ ଆକ୍ସନ ସ୍ଥିତିରେ ଅଛନ୍ତି ? ଆକ୍ସନ ନେଇ ନବୀନ ନିଜକୁ ପାୱାରଫୁଲ ଶୋ କରିବେ ନା ଚୁପ ରହିଯିବେ ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ? ଥରେ ନଜର ପକାନ୍ତୁ ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଏହି ପୋଷ୍ଟ ଉପରେ . ଯେଉଁଥିରେ ସେ ପିତାମହ ଭିଷ୍ମଙ୍କ ସରଶଯ୍ୟାର ଏକ ଫଟୋ ପୋଷ୍ଟ କରିଛନ୍ତି . ଯେଉଁଥିରେ ଲେଖା ହୋଇଛି ସମୟ ସବୁଠୁ ବଳବାନ .ଅତିଶକ୍ତିଶାଳୀକୁ ମଧ୍ୟ ଦୁର୍ବଳ କରିଦିଏ . ଶେଷରେ ଗର୍ବ ଅହଂଙ୍କାର ସେହି ଶକ୍ତି ଆଗରେ ହାରମାନେ .

ଅପରପକ୍ଷେ ବିଜେଡ଼ିରେ ବୈଠକ ଉପରେ ବୈଠକ ବସୁଛି . କିଏ ହୋଟେଲରେ ବସୁଛନ୍ତି ତ କିଏ ଘରେ ? ଏବେ ସମସ୍ତଙ୍କ ଆଖି ନବୀନଙ୍କ ଉପରେ ରହିଛି . କାରଣ ଦୁଇ ଜଣ ରାଜ୍ୟ ସଭା ଏମପି କହିଥିଲେ ଆମକୁ ନବୀନ ବିରୋଧ କରିବା ପାଇଁ କହିଥିଲେ . ଆଉ ଦୁଇ ଜଣ କହୁଛନ୍ତି ବୈଠକରେ କୈାଣସି ନିଷ୍ପତି ହୋଇନଥିଲା .ତେବେ କାହା ନିର୍ଦ୍ଦେଶରେ ଏପରି ହେଲା ତାକୁନେଇ ସବୁ ଚୁପ ରହୁଛନ୍ତି . ଯାହାଫଳରେ ନବୀନଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠୁଛି . ଦଳ ଭିତରେ ଦଳ ଦଳ ହୋଇ ବୈଠକ ବସୁଛି . ଗୋଟିଏ ପଟେ ପଟିଆର ଏକ ହୋଟେଲରେ କିଛି ବରିଷ୍ଠ ନେତାମାନେ ବୈଠକ କରିଥିବା ବେଳେ .ଅନ୍ୟପଟେ ପ୍ରତାପଦେବଙ୍କ ଘରେ ବୈଠକ କରିଛନ୍ତି ଆଉ ଏକ ଗୋଷ୍ଠୀ . ଆଉ ନେତମାନେ ଏହାକୁ ନେଇ କହିଛନ୍ତି ଦଳକୁ ମଜବୁତ କରିବା ଉଦେଶ୍ୟରେ ବୈଠକ କରିଥିବା କଥା .

ତେବେ ନିକଟରେ ଭୁବନେଶ୍ୱରରେ ପହଂଚି ସସ୍ମିତ ପାତ୍ରଙ୍କୁ କଡା ସମାଲୋଚନା କରିଥିଲେ ମୁନ୍ନା ଖାନ .ସଂସଦୀୟ ବୋର୍ଡ ବୈଠକରେ ବିଲ୍‌କୁ ବିରୋଧ ପାଇଁ ନିଷ୍ପତି ହୋଇଥିଲା . ବିଲ ବିରୋଧରେ ଭୋଟ ପାଇଁ ନବୀନ ବାବୁ ସ୍ପଷ୍ଟ ଭାବେ କହିଥିଲେ . ସସ୍ମିତ କାହିଁକି ଟୁଇଟ କରି ବିବେକାନୁମୋଦିତ ଭୋଟ ପାଇଁ କହିଥିଲେ ଜାଣିନଥିବା ମୁନା କହିଥିଲେ . ଏନେଇ ନବୀନ ନିବାସରେ ପହଂଚିଥିଲେ ସଂଖ୍ୟାଲଘୁ ସଂପ୍ରଦାୟର କର୍ମୀ .ନବୀନଖୁବ ଶ୍ରୀଘ୍ର ଅନୁଧାନ କରି ନିଷ୍ପତି ନେବେ ବୋଲି ମୁନ୍ନା ଖାଁ କହିଥିଲେ .

ତେବେ ଯଦି ଆମେ ଦେଖିବା ନିର୍ବାଚନ ସମୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଶ୍ରୀମୟୀଙ୍କୁ ଟିକଟ ମିଳିବ ବୋଲି ଆଲୋଚନା ହେଉଥିବା ବେଳେ ଶେଷରେ ବିଜେଡ଼ି ମନ୍ମଥ ରାଉତରାୟଙ୍କୁ ଟିକଟ ଦେଇଥିଲା . ଯାହାକୁ ନେଇ ଶ୍ରୀମୟୀଙ୍କ ମନରେ କ୍ଷୋଭ ଅଛି ବୋଲି ଚର୍ଚ୍ଚା ହୁଏ .ପରେ ନବୀନ ହାରିବା ଆଉ ବିଜେଡ଼ି କ୍ଷମତାକୁ ଯିବା ପରେ ନବୀନ ଏପରି ମୈାନ ରହିବାକୁ ନେଇ ଲୋକେ ଶ୍ରୀମୟୀ ପୋଷ୍ଟ ନବୀନଙ୍କୁ ନେଇ ବୋଲି ଯୋଡ଼ିଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *