ଶ୍ରୀମୟୀ ଦେଲେ ଅଭିଶାପ !

ଶ୍ରୀମୟୀ ଦେଲେ ଅଭିଶାପ !

ନବମ ଥର ପାଇଁ ବିଜେଡି ମୁଖିଆ ମୁକୁଟ ପିନ୍ଧିଲେ ନବୀନ
ବାଜୁଥିଲା ଯୋଡିଶଙ୍ଖ କମ୍ପୁଥିଲା ହୁଳହୁଳି ସ୍ୱର
ଏପଟେ ନବୀନ ଦାୟିତ୍ୱ ନେଲେ ସେପଟେ ଶ୍ରୀମୟୀ ଏମିତି ଲେଖିଲେ

ହଁ ଦର୍ଶକବନ୍ଧୁ ଆରମ୍ଭ ହୋଇଯାଇଛି ନବୀନଙ୍କ ନବମ ଇନିଂସ । ନୂଆ ରୂପରେ ନୂଆ ଅନ୍ଦାଜରେ ଶଙ୍ଖଭବନରେ ବସିଥିଲେ ନବୀନ । ହୁଳହୁଳି ନବୀନ ପଟ୍ଟନାୟକ ଜିନ୍ଦାବଦ ନାରାରେ କମ୍ପୁଥିଲା ଶଙ୍ଖଭବନ । ଦାୟିତ୍ୱ ନେଇଛନ୍ତି ନବୀନ ଜଣେ ପରେ ଜଣେ ନେତା ଆସି ନବୀନଙ୍କୁ ଜୁହାର ହେଉଥାନ୍ତି । ସଭାପତି ଭାବେ ନବୀନଙ୍କ ନାଁ ଘୋଷଣା ପରେ ନିଜର ଅଭିଭାଷଣ ରଖିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହେଲେ ଶଙ୍ଖଭବନରେ ଚାଲିଥିଲା ଏତେ ବଡ ଉତ୍ସବ ସାମିଲ ହୋଇନଥିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ।

କେବଳ ଶ୍ରୀମୟୀ ନୁହଁନ୍ତି ବରଂ ଦଳର ତୁଙ୍ଗ ନେତାମାନେ ମଧ୍ୟ ଶଙ୍ଖଭବନକୁ ଆସିନଥିଲେ । ଆଉ ଠିକ୍ ଏତିକି ବେଳେ ପୁଣି ଚର୍ଚ୍ଚା ବଡାଇଛି ଶ୍ରୀମୟୀଙ୍କ ଏମିତି କିଛି ପୋଷ୍ଟ । ନିଜ ସୋସିଆଲ ମିଡିଆରେ ପୁଣିଥରେ ଏମିତି କିଛି ଲେଖିଛନ୍ତି ଯାହା ରାଜ୍ୟ ରାଜନୀତିକୁ ଉଷ୍ଣ କରିଦେଇଛି । ବାରମ୍ୱାର ନାଁ ନେଇ ସୋସିଆଲ ମିଡିଆରେ ଶ୍ରୀମୟୀଙ୍କ ଗୋଟେ ପରେ ଗୋଟେ ପୋଷ୍ଟ ସସପେନ୍ସ ବଢାଇଚାଲିଛି ।

କେତେବେଳେ ଓଡିଆ ଢଗ ଲେଖି ଶୁଣାଉଛନ୍ତି ତ ଆଉ କେତେବେଳେ ମହାଭାରତର ପୁରାଣକୁ ମନେପକାଉଛନ୍ତି । ଆଉ ବର୍ତ୍ତମାନ ସୋସିଆଲ ମିଡିଆରେ ଶ୍ରୀମୟୀ ଲେଖିଛନ୍ତି ଦିନେ ଇତିହାସର ସ୍ରଷ୍ଟା ନିଜେ ଇତିହାସ ହୋଇଯିବ । ଏଥିରୁ ସ୍ପଷ୍ଟ ବାରି ହେଉଛି କି ନୂତନ ସଭାପତି ପାଇବା ପରେ ଏବେ ବି ନିରୁତ୍ସାହିତ ରହିଛନ୍ତି କର୍ମୀ । ଦଳର ତୁଙ୍ଗ ଓ ବରିଷ୍ଠ ନେତାଙ୍କ ଅନୁପସ୍ଥିତି ତା ସାଙ୍ଗକୁ ଶ୍ରୀମୟୀଙ୍କ ପୋଷ୍ଟ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଶ୍ରୀମୟୀ ମିଶ୍ର ରାଗ ଅଭିମାନ ଛାଡି ବିଜୁ ଜନତା ଦଳରେ ନଜର ଆସିଥିଲେ ଏବଂ ନବୀନ ନବୀନ ଜପ କରୁଥିଲେ ସୋସିଆଲ ମିଡିଆରେ ନାଁ ନେଇ ସେ ଏବେ ଅଭିଶାପ ଦେଲେଣି । ଗୋଟିଏ ପଟେ ଏବେ ବି ସେ ବିଜେଡି ନେତ୍ରୀ ଭାବେ ନିଜର ଜନସମ୍ପର୍କ ବୃଦ୍ଧି କରିବାରେ ଲାଗିଛନ୍ତି ଆଉ ଗୋଟିଏ ପଟେ ସୋସିଆଲ ମିଡିଆରେ ବାରମ୍ୱାର ଏପରି ପୋଷ୍ଟ ସସପେନ୍ସ ବଢାଉଛି । କାହାକୁ କଟାକ୍ଷ କରିଛନ୍ତି ଏବଂ କେଉଁ ଉଦ୍ଦେଶ୍ୟ ନେଇ କରିଛନ୍ତି ତାହା ଜଣାନାହିଁ କିନ୍ତୁ ଏଭଳି ସମୟରେ ଶ୍ରୀମୟୀଙ୍କ ଏହି ଲେଖା ଆଗକୁ ଶଙ୍ଖବଭନରେ କେଉଁ ବିସ୍ପୋରଣ କରୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *