ଶ୍ରୀ ଧବଳେଶ୍ଵର ହରଗୌରୀଙ୍କ ପୀଠରେ ବିଛା ସଂକ୍ରାନ୍ତି ପାଳିତ

ଶ୍ରୀ ଧବଳେଶ୍ଵର ହରଗୌରୀଙ୍କ ପୀଠରେ ବିଛା ସଂକ୍ରାନ୍ତି ପାଳିତ

ରାୟଗଡ଼ା ବ୍ଲକର ସଦରମହକୁମା ଈରୁକୁବାଡି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଟୋକାପାଡୁ ଗ୍ରାମ ରେ ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ବିଛା ସଂକ୍ରାନ୍ତି ରେ ପୁରାତନ ଶୈବ ପୀଠ ଶ୍ରୀ, ଶ୍ରୀ ଧବଳେଶ୍ଵର ହର ଗୌରୀ ଙ୍କ ପୀଠ ରେ ଶାନ୍ତି ସୃଖଳାର ସହ ମହାସମାରୋହରେ ପବିତ୍ର ବିଛା ସଂକ୍ରାନ୍ତି ଅବସରରେ ପୂଜାର୍ଜନା ହୋମଯଜ୍ଞ ଭଜନ କୀର୍ତ୍ତନ ପ୍ରସାଦ ସେବନ ଆଦି ଅନୁଷ୍ଠିତ ହୋଇଯାଇଛି, ଆୟୋଜକ ଶ୍ରୀ, ଶ୍ରୀ ଧବଳେଶ୍ଵର ହର ଗୌରୀ ପୂଜା କମିଟି, ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଓ ଟୁଡେ ନ୍ୟୁଜ 24 ଓଡ଼ିଶା ନ୍ୟୁଜ ମିଳିତ ଆନୁକୁଲ୍ୟ କାର୍ଯ୍ୟ କ୍ରମ ରେ ରାୟଗଡ଼ା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ, ଅତିଥି ଭାବେ ଯୋଗୀ ଶ୍ରୀ ଚୈତନ୍ୟ ରାମ ଜି ଯୋଗଦେଇ ଥିବା ଦେଖିବାକୁ ମିଳିଥିଲା । ଏହି ପେରିପ୍ରେକ୍ଷୀରେ ରାୟଗଡ଼ା ଅଧିଷ୍ଠିତ ମାଁ ମଝିଘରିଆଣୀ ମାଁ ଙ୍କ ଟ୍ରଷ୍ଟ ସଭାପତି ଶ୍ରୀ ଯୁକ୍ତ ରାଈସିଙ୍ଗି ବିଡିକା ଙ୍କ ସହଯୋଗରେ ମାଁ ମଝିଘରିଆଣୀ ମାଁ ଙ୍କ ପରିଧାନ ବସ୍ତ୍ର ଅଞ୍ଚଳ ର ନିରିହ ବୃଦ୍ଧା, ମହିଳା ଓ ପୁରୁଷ ମାନଙ୍କୁ ୪୫୦ ଖଣ୍ଡ ଖଣ୍ଡ ସାଡ଼ି ଓ ୧୦୦ ଖଣ୍ଡ ଗାମୁଛା ପ୍ରଦାନ କରାଜାଇଥିଲା, ଓ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଦୃଷ୍ଟି କୁ ଆଖି ଆଗରେ ରଖି ଜଙ୍ଗଲ ବିଭାଗ ସହଯୋଗରେ , ଲିମ୍ବ , ଅଁଳା, ଜାମ୍ଭ କୋଳି, ଚମ୍ପା , ବୋଉଳ, ଏହି ପରି ରାସ୍ତା ଦୁଇ ପାଖରେ ୨୦୦ ସହ ବୃକ୍ଷରୋପଣ କରାଯାଇ ଥିବା ଦେଖିବାକୁ ମିଳିଥିଲା, ଏହି ଶ୍ରୀ ଶ୍ରୀ ଧବଳେଶ୍ଵର ହର ଗୌରୀ ମନ୍ଦିର ଉନ୍ନତି ନିମନ୍ତେ ମୁଖ୍ୟ ଅତିଥି ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ନିଜ ପାଣ୍ଠି ରୁ ୫ ଲକ୍ଷ ଟଙ୍କା ଓ ମନ୍ଦିର ପରିସରରେ ତୁରନ୍ତ ଏକ ନଳକୂଅ ଖୋଳିବାକୁ ନିଜ କାର୍ଯ୍ୟ କର୍ତ୍ତା ମାନଙ୍କୁ ଅନୁମତି ଦେଇଥିଲେ, ଏହି ମହତ୍ ପୂର୍ଣ୍ଣ ସହଯୋଗ ନିମନ୍ତେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ଙ୍କୁ ଶ୍ରୀ ଶ୍ରୀ ଧବଳେଶ୍ଵର ହର ଗୌରୀ ପୂଜା କମିଟି ଡିଜିଟାଲ ମିଡିଆ ମହାସଂଘ, ଓ ଟୁଡେ ନ୍ୟୁଜ 24 ଓଡ଼ିଶା ନ୍ୟୁଜ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଜାଇଥିଲା, ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ସଭାପତି ଆଶୁତୋଷ କୁମାର ପଟ୍ଟନାୟକ, ସମ୍ପାଦକ ସନ୍ତୋଷ ବେହେରା ଓ ସଭାପତି ଚିତରଞ୍ଜନ ନାୟକ ଓ ଟୁଡେ ନ୍ୟୁଜ 24 ଓଡ଼ିଶା ନ୍ୟୁଜ ର ବ୍ୟୁର ମୁଖ୍ୟ ଖଗେଶ୍ବର ସିଂ ଏହି ଉପସ୍ଥିତ ରହି ଥିଲେ ଏହି ଏକ ଯୁଗାନ୍ତକାରୀ ପଦକ୍ଷେପ କୁ ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି , ଅଞ୍ଚଳ ର ଜନସାଧାରଣ ତଥା ବୁଦ୍ଧି ଜିବି ଓ ଗ୍ରାମ ବାସୀ ଭୂରିୟଶି ପ୍ରଶଂସା କରିବା ସହ ଧନ୍ୟବାଦ ଦେଉଥିବା ସୁଣିବାକୁ ମିଳିଛି, କାର୍ଯ୍ୟ କ୍ରମ ରେ ରମେଶ କିଲାନା, କାଶୀ ମଙ୍ଗଳୁ, ଟଙ୍କବେହେରେ କାଶି କୃଷ୍ଣ, ଓ ଟୋକାପାଡୁ ଗ୍ରାମ ର ସମସ୍ତ ଜନସାଧାରଣ ତଥା ଆବାଳବୃଦ୍ଧ ବନିତା ନିଷ୍ଠା ଓ ନିର୍ମଳ ଭାବ ମୂର୍ତ୍ତି ରଖି ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

ଆଶୁତୋଷ କୁମାର ପଟ୍ଟନାୟକ

author

Related Articles

Leave a Reply

Your email address will not be published. Required fields are marked *