ରାଜ୍ୟରେ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ହୋଇସାରିଛି । କିନ୍ତୁ ରାଜ୍ୟ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିବା ପାଇଁ ବିଳମ୍ୱ କରୁଥିବା ବେଳେ କଟାକ୍ଷ କରୁଛି ବିଜେଡି । ଦଳ ମୁଖପାତ୍ର କହିଛନ୍ତି, ‘ ଓଡିଶା ବିଜେପି ପାଖରେ ୧୪୭ ଆସନ ପାଇଁ ଯେହେତୁ ପ୍ରାର୍ଥୀ ନାହାଁନ୍ତି ତେଣୁ ଅନ୍ୟ ଦଳରୁ ବିତାଡିତ ନେତା, ଅନ୍ୟ ଦଳରେ ଟିକେଟରୁ ବଞ୍ଚିତ ହୋଇଥିବା ନେତା ଏବଂ ଅପରାଧିକ କାମରେ ଲିପ୍ତ ଥିବା ଲୋକଙ୍କୁ ପ୍ରାର୍ଥୀ କରିବାକୁ ବିଜେପି ଭରସା କରୁଛି । ଏଯାଏଁ ୧୪୭ ତ ଦୂରର କଥା ୮୦ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ମିଳୁନହାଁନ୍ତି । ଏ ହେଉଛି ଆଜିର ଦିନରେ ରାଜ୍ୟରେ ବିଜେପିର ସ୍ଥିତି । ବସଷ୍ଟାଣ୍ଡ, ରେଲୱେ ପ୍ଲାଟଫର୍ମ ଯେଉଁଠି ପାଉଛନ୍ତି ସେଠୁ ଆଣି ଲୋକଙ୍କୁ ପ୍ରାର୍ଥୀ କରିଦେଉଛନ୍ତି । ଦଳ ଅପେକ୍ଷା କରିଛି କେଉଁଦିନ ୧୪୭ ଜଣଙ୍କ ନାଁ ତାଲିକା ପୂରଣ ହେବ ସେଦିନ ତାଲିକା ଘୋଷଣା ହେବ ।

You can share this post!
author