ଭୁବନେଶ୍ୱରରୁ ଦିଲ୍ଲୀ ଗୋଟିଏ ଚର୍ଚ୍ଚା ଭୁଶୁଡିଯିବ ବିଜେଡି ଗଡ । କିନ୍ତୁ ଏହାକୁ ଭୁଲ ପ୍ରମାଣ କରିବାରେ ଲାଗିପଡିଛନ୍ତି ବିଜେଡି ବିଧାୟକଙ୍କ ଠାରୁ ସାଂସଦ ମାନଙ୍କ ପର୍ଯ୍ୟନ୍ତ । ହଁ ଆଜ୍ଞା ବିଧାନସଭା ନ ହେଲା ନାହିଁ ରାଜ୍ୟସଭାରେ ବଢୁଛି ବିଜେଡିର ତାତି । ଗତ ନିର୍ବାଚନରେ ଲୋକସଭାରେ ଶୂନ ହୋଇଯାଇଥିବା ବିଜୁ ଜନତା ଦଳକୁ ନେଇ ଆରମ୍ଭ ହୋଇଯାଇଥିଲା ରାଜନୈତିକ ବୟାନ ବାଜି । 24 ବର୍ଷର ସରକାରର ଅନ୍ତ ଘଟିଲା ରାଜ୍ୟରେ ନୂଆ ସରକାର ଆସିଲା । ମୁଖ୍ୟ ବିରୋଧି ଦଳ ଭାବେ ଉଭା ହେଲା ବିଜୁ ଜନତା ଦଳ । ବିଧାନସଭାର ଶୀତକାଳୀନ ଅଧିବେଶନରେ ବିରୋଧି ବିଜେଡିର ସ୍ୱର ବିରୋଧିଙ୍କୁ ଯେତିକି ଆଟାକ କରୁନଥିଲା ସଂସଦର ଶୀତ ଅଧିବେଶନରେ ବିଜେଡିର ସାତ ଜଣ ସାଂସଦଙ୍କ ଗର୍ଜନ ବିଜେପିକୁ ଦେଇଛି ଶକ୍ତ ଝଟକା । ବିରୋଧି ଦଳ ଭାବେ ନିଜର ସ୍ୱରକୁ ଶାଣିତ କରୁଛନ୍ତି ବିଜେଡି ସାଂସଦ ।
ନିକଟରେ ମୋଦିଙ୍କ ଗୋଟିଏ ବୟାନକୁ ନେଇ ରାଜ୍ୟସଭାରେ ସୃଷ୍ଟି ହୋଇଛି ଝଡ । ଯାହାର କଡା ଜବାବ ରଖିଛନ୍ତି ବିଜେଡି ସାଂସଦ ସୁଲତା ଦେଓ । ପ୍ରଧାନମନ୍ତ୍ରୀ କହିଥିବା ମାଲ ପ୍ରସଙ୍ଗକୁ ନେଇ ଉଠୁଥିଲା ପଡୁଥିଲା ଜାତୀୟ ରାଜନୀତି । କିନ୍ତୁ ରାଜ୍ୟସଭାରେ ସୁଲତା ଯାହା କହିଲେ ସମସ୍ତ ବିଜେପି ନେତାଙ୍କ ପାଟିକୁ ଚୁପ କରାଇଦେଲେ । ନିଜ ଭାଷଣରେ ସୁଲତା ସିଧାସଳଖ ପୂର୍ବତନ ବିଜେଡି ସାଂସଦ ତଥା ବର୍ତ୍ତମାନ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ମମତା ମହନ୍ତ ଓ ସୁଜିତ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ଯେଉଁମାନେ ମାଲ ସେମାନେ ହିଁ ବିକ୍ରି ହୋଇଥାନ୍ତି ବୋଲି ସଂସଦରେ ଚିଲେଇ ଚିଲେଇ କହିଛନ୍ତି ସୁଲତା ଦେଓ ।
ଖୁବଶୀଘ୍ର ରାଜ୍ୟସଭାରେ ବିଜେଡି ଶୂନ ହୋଇଯିବ ଏବଂ ଆହୁରି ଦୁଇଜଣ ସାଂସଦ ବିଜେପିକୁ ଯିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହାକୁ ଭୁଲ ପ୍ରମାଣିତ କରିବା ସହିତ ବିଜେଡିର ସାଂସଦ ମାନେ ନବୀନଙ୍କ ସହିତ ଅଛନ୍ତି ବୋଲି ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ତେବେ ସଂସଦର ଶୀତ ଅଧିବେଶନରେ ବିଜେଡି ନେତାଙ୍କ ଆକ୍ଟିଭନେଶକୁ ନେଇ ବିଜେପିରେ ସୃଷ୍ଟି ହୋଇଥିବା ଭୟ ରାଜ୍ୟ ରାଜନୀତିରେ କେଉଁ ମୋଡ ଆଣୁଛି ତାହା ଦେଖିବାକୁ ଅପେକ୍ଷା ।