ସଂସଦରେ ନବୀନ ମ୍ୟାଜିକ… ମୋଦି-ମୋହନଙ୍କ ମୁଣ୍ଡ ଗୋଲ !

ସଂସଦରେ ନବୀନ ମ୍ୟାଜିକ… ମୋଦି-ମୋହନଙ୍କ ମୁଣ୍ଡ ଗୋଲ !

କମ୍ପୁଛି ସଂସଦ ଦିଲ୍ଲୀରେ ଗର୍ଜୁଛି ବିଜେଡି । କାମ ଦେଉଛି ନବୀନଙ୍କ ମନ୍ତ୍ର ବିରୋଧି ବିଜେଡିଙ୍କ ସ୍ୱରରେ ଛାନିଆ କେନ୍ଦ୍ର ସରକାର । ହଁ ଦର୍ଶକବନ୍ଧୁ ଓଡିଶାର ସ୍ୱାର୍ଥ ଏବେ ପହଞ୍ଚିଛି ଦିଲ୍ଲୀ ଦରବାରରେ । ଓଡିଶାର ସ୍ୱାର୍ଥ ପାଇଁ ଲଢେଇ କରୁଛି ରାଜ୍ୟରେ ପ୍ରମୁଖ ବିରୋଧି ଦଳ ବିଜୁ ଜନତା ଦଳ । 24 ବର୍ଷ ପରେ ଭାରତୀୟ ଜନତା ପାର୍ଟି ହାତକୁ ଓଡିଶାର ଶାସନ ଭାର ରହିଛି । କିନ୍ତୁ ନୂଆ ସରକାରରେ ହନ୍ତସନ୍ତ ସାଧାରଣ ଜନତା । ପ୍ରତିଶ୍ରୁତି ଦେଇ ତାହାକୁ ପୂରଣ କରିବାରେ ଫେଲ ଡବଲ ଇଞ୍ଜିନ ସରକାର । ଡବଲ ଇଞ୍ଜିନ ସରକାରଙ୍କ ଦୋଷ ଦୁର୍ବଳତାକୁ ନେଇ ସଂସଦରେ ଗର୍ଜନ କରୁଛନ୍ତି ବିଜେଡିର 7 ସାଂସଦ । ପୋଲାଭରମ ପ୍ରକଳ୍ପ,ଦରଦାମ ବୃଦ୍ଧିକୁ ନେଇ ସଂସଦରେ ଗର୍ଜନ ତର୍ଜନ କରୁଛି ବିଜେଡି ।

ତେବେ ନିକଟରେ 2025 ଆର୍ଥିକ ବର୍ଷରେ ବଜେଟ ସଂସଦରେ ଆଗତ ହୋଇଯାଇଛି । କିନ୍ତୁ କେନ୍ଦ୍ର ବଜେଟରେ ଓଡିଶାକୁ ମିଳିଲା କଣ ? ଓଡିଶା ଲୋକସଭାରୁ 20 ଜଣ ବିଜେପି ସାଂସଦ ଥିବା ସତ୍ତ୍ୱେ କାହିଁକି ଦିଲ୍ଲୀ ଦରବାରେ ଅବହେଳିତ ଓଡିଶା ? ଯାହାକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । କେନ୍ଦ୍ର ବିରୋଧରେ ଶାଣିତ ହୋଇଛି ବିଜେଡିର ସ୍ୱର । ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭବକୁ ନେଇ ବର୍ଷିଲେ ବିଜେଡି ସାଂସଦ । ଜାନୁୟାରୀ 31 ତାରିଖରୁ ଆରମ୍ଭ ହୋଇଯାଇଛି ରାଜ୍ୟସଭାର ବଜେଟ ଅଧିବେଶନ । ଲୋକସଭାରେ ଶୂନ ହୋଇଥିବା ବିଜେଡି ସାଂସଦ ମାନେ ରାଜ୍ୟସଭାରେ ନିଜ ସ୍ୱରକୁ ଶାଣିତ କରୁଛନ୍ତି । 9 ରୁ 7କୁ ଖସି ଆସିଛି ବିଜେଡିର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା କିନ୍ତୁ ସବୁ ପରେ ବି ଓଡିଶାର ସ୍ୱାର୍ଥ ପାଇଁ ଲଢେଇ କରିବା ପାଇଁ ସାଂସଦମାନଙ୍କୁ କର୍ଣ୍ଣମନ୍ତ୍ର ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ରାଷ୍ଟ୍ରପତିଙ୍କ ଅଭିଭାଷଣରେ କେନ୍ଦ୍ର ସରକାରଙ୍କୁ ପ୍ରଂଶସା ଓ ଓଡିଶାକୁ ଅବହେଳା ପ୍ରସଙ୍ଗ ନେଇ ହୁଲସ୍ତୁଲ ହେଉଛି ଦିଲ୍ଲୀ ଦରବାର । ଓଡିଶାର ଝିଅ ହୋଇ ବି ନିଜ ମାଟି ପ୍ରତି ଏଭଳି ଅବହେଳା ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ସାଂସଦ । ତେବେ ଆଗାମୀ ଦିନରେ ରାଜ୍ୟସଭାରେ ବିରୋଧିଙ୍କ ସ୍ୱର କେତେ ଶାଣିତ ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *