କାହିଁକି ଦିଲ୍ଲୀରେ ଡେରା ପକାଇଛନ୍ତି ରାଜ୍ୟର ବଡ ବଡ ନେତା ? ଓଡିଶାକୁ ନେଇ କଣ ରହିଛି ରାଜ୍ୟ ମୁଖିଆ ଓ ବିରୋଧି ଦଳର ଆଭିମୁଖ୍ୟ ? ଯାଇଥିଲେ ନବୀନ ପଛେ ପଛେ କାହିଁକି ଦିଲ୍ଲୀ ଚାଲିଲେ ମୋହନ ? ମୋହନଙ୍କୁ ଆସିଲା କି ବିଜେପି ମୁଖିଆ ନରେନ୍ଦ୍ର ମୋଦିଙ୍କ ଡକରା ? ହଁ ଦର୍ଶକବନ୍ଧୁ ଦୁଇ ତୁଙ୍ଗ ନେତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ବଢୁଛି ଚର୍ଚ୍ଚା । କୁହାଯାଉଛି କି ବିଜେପିର ରାଜ୍ୟସଭାପତି ଓ ଖାଲି ପଡିଥିବା ନିଗମ ଓ ବୋର୍ଡ ନିଯୁକ୍ତି ନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ସହିତ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ମଧ୍ୟ ଆଲୋଚନା ହୋଇପାରେ । ସେପଟେ ଡିଲିମିଟେସନକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ 22 ତାରିଖରେ ଚେନ୍ନାଇରେ ବୈଠକ ଡାକିଛନ୍ତି । ନବୀନ ପଟ୍ଟନାୟକ ସେ ବୈଠକରେ ଯୋଗଦେବା ପାଇଁ ଯିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ସାଂସଦଙ୍କ ବୟାନ କିଛି ଅଲଗା ପ୍ରମାଣ କରୁଛି ।
ବିଜେଡି ସାଂସଦ କହିଛନ୍ତି ଯେ ସଂସଦରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ଦଳୀୟ ସାଂସଦଙ୍କ ସହିତ ଆଲୋଚନା କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବରୁ ଦିଲ୍ଲୀ ଗସ୍ତରେ ରହିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାପରେ ଶନିବାର ଦିଲ୍ଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ତେବେ ସରକାରୀ ଛୁଟି ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏହି ଦିଲ୍ଲୀ ଗସ୍ତ ଏବେ ଓଡିଶା ରାଜନୀତିରେ ଚହଳ ପକାଇଛି । କେବଳ ମୋହନ ନୁହେଁ ବରଂ ଏହାପରେ ରାଜ୍ୟସଭାପତି ମୋହନ ମାଝୀ ମଧ୍ୟ ଦିଲ୍ଲୀ ଗସ୍ତରେ ଯାଇପାରନ୍ତି ବୋଲି କୁହାଯାଉଛି । ଅନ୍ୟପଟେ ଆସନ୍ତା 22 ତାରିଖରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡିଶା ଗସ୍ତରେ ଆସୁଛନ୍ତି । ମୋହନଙ୍କ ଗସ୍ତକୁ ନେଇ ଏସବୁ ସମ୍ଭାବ୍ୟ କାରଣ ରହିଥିଲେ ସୁଦ୍ଧା ନବୀନଙ୍କ ଗସ୍ତକୁ ନେଇ ଏବେ ପର୍ଯ୍ୟନ୍ତ ସସପେନ୍ସ ଜାରି ରହିଛି ।
ଏହି ଦୁଇ ଶୀର୍ଷ ନେତାଙ୍କର ଦିଲ୍ଲୀ ଗସ୍ତକୁ ନେଇ ଚୂଡାନ୍ତ ତଥ୍ୟ ମିଳିପାରିନଥିବା ବେଳେ ଏକ ସଙ୍ଗେ ଦୁଇ ନେତାଙ୍କ ଦିଲ୍ଲୀରେ ଉପସ୍ଥିତି ରାଜ୍ୟ ରାଜନୀତିର ଚର୍ଚ୍ଚାକୁ ବଢାଇଛି ।